୨୫ରେ ମିଳିବ ଚାଷୀଙ୍କୁ ‘କାଳିଆ’ ଟଙ୍କା

ଭୁବନେଶ୍ୱର,୧୬/୧ : ଆସନ୍ତା ୨୫ ତାରିଖରେ ‘କାଳିଆ ଯୋଜନା’ରେ ହିତାଧିକାରୀଙ୍କୁ ଟଙ୍କା ମିଳିବ । ଏଥିରେ ପ୍ରାୟ ୧୨ ଲକ୍ଷ ଚାଷୀ ଉପକୃତ ହେବେ । ଏହା ସୂଚନା ଦେଇଛନ୍ତି ସମବାୟ ବିଭାଗ ସଚିବ କ୍ରିଷନ କୁମାର ।

ଗଣମାଧ୍ୟମକୁ କ୍ରିଷନ କୁମାର କହିଛନ୍ତି , ବର୍ତମାନ ଦରଖାସ୍ତ ଆବେଦନର ଯାଂଚ ଏବଂ ଡାଟା ଏଂଟ୍ରି କାମ ଚାଲୁଛି । ପ୍ରଥମ ପର୍ଯ୍ୟାୟରେ ୬୦ ଲକ୍ଷ ଚାଷୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ଗ୍ରୀନ କାର୍ଡରେ ୬୦ ଲକ୍ଷ ଏବଂ ରେଡ୍ କାର୍ଡରେ ଏକ ଲକ୍ଷ ଆବେଦନ ଆସିଛି । ପ୍ରଥମ ପର୍ଯ୍ୟାୟ ତାଲିକାରେ ୧୨ ଲକ୍ଷ ଚାଷୀଙ୍କୁ ୨୫ ତାରିଖରେ ଅର୍ଥରାଶି ମିଳିବ । ୨୨ ତାରିଖ ସୁଧା ଚୁଡାନ୍ତ ତାଲିକା ପ୍ରସ୍ତୁତ ହୋଇଯିବ । ପରବର୍ତୀ ସମୟରେ ଅନ୍ୟ ଆବେଦନକାରୀଙ୍କୁ ଟଙ୍କା ମିଳିବ ।