୩୩ ଟି ସାମଗ୍ରୀ ଉପରୁ ହ ୍ରାସ ପାଇଲା ଜିଏସଟି

ନୂଆଦିଲ୍ଲୀ, ୨୩/୧୨ : ଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଜିଏସଟି କାଉଂସିଲର ୩୧ତମ ବୈଠକରେ ଦୈନନ୍ଦଜ୍ଜନ ଜୀବନରେ ବ୍ୟବହାର ହେଉଥିବା ୩୩ଟି ସାମଗ୍ରୀ ଉପରୁ ଜିଏସଟି ଦର ହ ୍ରାସ କରିବାର ନିଷ୍ପତି ନିଆଯାଇଛି । ୩୩ଟି ସାମଗ୍ରୀର ଜିଏସଟି ହାର ୧୮ ପ୍ରତିଶତରୁ ହ ୍ରାସ ପାଇ ୧୨ ଓ ୫ ପ୍ରତିଶତ ରଖାଯାଇଛି । ବୈଠକ ପରେ ପଣ୍ଡିଚେରୀ ଉପ-ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍‌ୱାମୀ ଏହି ସୂଚନା ଦେଇଛନ୍ତି । ଏହି ବୈଠକ ଅଥର୍ମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ନାରାୟଣସ୍ୱାମୀ କହିଛନ୍ତି: ଲକ୍ସରି ବସ୍ତୁକୁ ଛାଡି ଅନ୍ୟ ସମସ୍ତ ବାସ୍ତୁ ଉପରେ ଟିକସ ଦର ୧୮ ପ୍ରତିଶତ କିମ୍ବା ତାଠାରୁ କମ କରିବାକୁ କଂଗ୍ରେସ ଦାବି କରି ଆସୁଥିଲା । କଂଗ୍ରେସର ଏହି ଦାବିକୁ ସରକାର ସ୍ୱୀକାର କରିଛନ୍ତି । ଉତ୍ତରାଖଣ୍ଡର ଅର୍ଥମନ୍ତ୍ରୀ ପ୍ରକାଶ ପନ୍ତ କହିଛନ୍ତି କି, ୨୨ ଟି ବସ୍ତୁ ଉପରେ ଟିକସ ଦର ୨୮ ପ୍ରତିଶତରୁ କମ କରାଯାଇଛି । ଏଥି ମଧ୍ୟରେ ଟିଭି, କମ୍ପୁ୍ୟଟର, ଅଟୋ ପାର୍ଟସ ଆଦି ରହିଛି । ଗତ ମଙ୍ଗଳବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଜିଏସଟି ଲାଗୁହୋଇଥିବା ପ୍ରାୟ ୧୨ଶହ ସାମଗ୍ରୀର ୯୯ ପ୍ରତିଶତ ସାମଗ୍ରୀର ଜିଏସଟି ହାର ୧୮ ପ୍ରତିଶତ ତଳକୁ ହ ୍ରାସ କରାଯିବ ।