୪୦ ଶହୀଦ୍‌ଙ୍କ ନାମ ପିଠିରେ ଲେଖି ଶ୍ରଦ୍ଧାଞ୍ଜଳି ଦେଲେ ଯୁବକ

0

ଜୟପୁର,୨୦/୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଶହୀଦ୍‌ ହୋଇଥିବା ଯବାନଙ୍କ ପ୍ରତି ଦେଶରେ ଜାରି ରହିଛି ଶ୍ରଦ୍ଧାଞ୍ଜଳି। ଏହି ମର୍ମରେ ରାଜସ୍ଥାନ ବିକ୍‌ନାରର ଗୋପାଳ ନାମକ ଜଣେ ଯୁବକ ୪୦ ଶହୀଦ୍‌ଙ୍କ ନାମର ଟାଟୁ ପିଠିରେ କରିଛନ୍ତି। ଏହା ଶହୀଦ୍‌ଙ୍କ ପ୍ରତି ତାଙ୍କର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ସେ କହିଛନ୍ତି। ସେ ନିଜ ପିଠିରେ ଜାତୀୟ ପତାକା ସହିତ ପୁଲଓ୍ବାମା ଶହୀଦ୍‌ଙ୍କ ସମେତ ଅନ୍ୟ ଶହୀଦ୍‌ଙ୍କ ନାମ ଲେଖିଛନ୍ତି। ବିକ୍ରମଙ୍କ ଏଭଳି ଶ୍ରଦ୍ଧାଞ୍ଜଳି ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ବିଭିନ୍ନ ବର୍ଗ ପକ୍ଷରୁ ଭିନ୍ନ ଭିନ୍ନ କମେଣ୍ଟ ଦିଆଯାଇଛି।

Leave A Reply

Your email address will not be published.