ବଲିଉଡର କିଙ୍ଗ ଶାହାରୁଖ ଖାନ ଏବେ ତାଙ୍କ ଅପକମିଙ୍ଗ ଫିଲ୍ମ ‘ଜିରୋ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ୨୧ ଡିସେମ୍ବରରେ ରିଲିଜ ହେବାକୁ ଥିବା ଫିଲ୍ମ ‘ଜିରୋ’ ରେ ଶାହାରୁଖଙ୍କ ବ୍ୟତିତ କ୍ୟାଟ୍ରିନା ଏବଂ ଅନୁଷ୍କା ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିରେ ଶାହାରୁଖ ପ୍ରଥମ ଥର ପାଇଁ ଏକ ବାମନ ଚରିତ୍ରରେ ନଜର ଆସିବେ । ତେବେ ଏହି ଫିଲ୍ମ ପ୍ରମୋଶନ ସମୟରେ ଶାହାରୁଖ ନିଜ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ ଅନେକ ଖୁଲାସ କରିଛନ୍ତି । ଫିଲ୍ମ ଦୁନିଆରେ ପାଦ ରଖିବା ପୂର୍ବରୁ କିଙ୍ଗ ଖାନ ନାଟ୍ୟଶାଳାରେ ଅଭିନୟ କରୁଥିଲେ ଛ ପିଲାବେଳେ ଦିଲ୍ଲୀରେ ରହୁଥିବା ସମୟରେ ଶାହାରୁଖ ‘ରାମଲିଳା’ ନାଟକରେ ଅଭିନୟ କରୁଥିଲେ । ଥରେ ତାଙ୍କୁ ବାନର ସେନାର ମାଙ୍କଡ ଚରିତ୍ରରେ ମଧ୍ୟ ଅଭିନୟ କରିବାକୁ ପଡିଥିଲା । ତେବେ ଆପଣ ଜାଣିଛନ୍ତି କି ବଲିଉଡର ବାଦଶାହଙ୍କ ପ୍ରଥମ ଦରମା କେତେ ଥିଲା ? କୋଟି କୋଟି ଟଙ୍କାର ମାଲିକ ଶାହାରୁଖଙ୍କ ପ୍ରଥମ ବେତନ ୫୦ ଟଙ୍କା ଥିଲା । ପଙ୍କଜ ଉଦାସଙ୍କ ଏକ ଶୋ ରେ ଭାଗ ନେଇଥିବାରୁ ଏହି ଟଙ୍କା ତାଙ୍କୁ ଦିଆଯାଇଥିଲା । ଏହି ଟଙ୍କାରେ ସେ ତାଙ୍କ ସାଙ୍ଗମାନଙ୍କ ସହ ମିଶି ତାଜମହଲ ବୁଲିଥିଲେ ଏବଂ ଲସି ପିଇଥିଲେ ।