ନୂଆଦିଲ୍ଲୀ, ୨/୧୨ : ରାଜସ୍ଥାନରେ ନିର୍ବାଚନ ପ୍ରଚାର ପାଇଁ ରାଜନାଥ ସିଂହ ଅଲବରରେ ପହଂଚିଛନ୍ତି । ସେଠାରେ ସେ କଂଗ୍ରେସ ଉପରକୁ ଆକ୍ରମଣ କରି କହିଛନ୍ତି କି, କଂଗ୍ରେସ ୫୫ ବର୍ଷ ପର୍ଯ୍ୟନ୍ତ ଦେଶରେ ଶାସନ କରି ଜନତାଙ୍କୁ ଧୋକା ଦେଇଛି । କିନ୍ତୁ ଆମେ ଜନତାଙ୍କ ଆଖିରେ ଧୂଳି ଦେଇ ନାହୁଁ । ଜନତାଙ୍କ ଆଖିରେ ଆଖି ମିଶେଇ ରାଜନୀତି କରିଛୁ ।
ରାଜସ୍ଥାନରେ କଂଗ୍ରେସ ୫୫ ବର୍ଷ ମଧ୍ୟରେ କଣ କରିଛି । କେବଳ ୧୦୩ଟି ଆଇଟିଆଇ ଖୋଲିଛି । ଯାହାକି ବସୁନ୍ଧରା ରାଜେ ନିଜ କାର୍ଯ୍ୟକାଳର ୫ବର୍ଷ ମଧ୍ୟରେ ୯୫୮ ଆଇଟିଆଇ ଖୋଲିଛନ୍ତି । ନିର୍ବାଚନ ସମୟ ଆସିବା ପରେ କଂଗ୍ରେସ ନେତା ମନ୍ଦିରକୁ ପହଂଚି ଯାଉଛନ୍ତି । କିନ୍ତୁ ଅନ୍ୟ ସମୟରେ ପୂର୍ଜାର୍ଚ୍ଚନା କରିବା ପାଇଁ ଭୁଲି ଯାଉଛନ୍ତି । ନିର୍ବାଚନ ସମୟରେ କଂଗ୍ରେସ ପାଇଁ ମନ୍ଦିର ଏବଂ ଗାଇ ମୁଖ୍ୟ ବିଷୟ ବସ୍ତୁ । କିନ୍ତୁ ବିଜେପି ପାଇଁ ମନ୍ଦିର ନିର୍ବାଚନ ଷ୍ଟଂଟ ନୁହେଁ । ଏହା ଆମ ସାଂସ୍କୃତିକ ଜୀବନର ଏକ ଅଭିନ୍ନ ଅଙ୍ଗ ।
