୭୦ ତମ ଗଣତନ୍ତ୍ର ଦିବସରେ ଦେଶ ଉତ୍ସବମୁଖର : ଅଭିବାଦନ ଗ୍ରହଣ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬/୧: ସମଗ୍ର ଦେଶ ଆଜି ପାଳନ କରିଛି ୭୦ ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ନୂଆଦିଲ୍ଲୀସ୍ଥିତ ରାଜପଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିବାଦନ ଗ୍ରହଣ କରିଛନ୍ତି। ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା, ପତ୍ନୀ ଶେପୋ ମୋଟସେପେ ଓ ଅନ୍ୟ ୯ ଜଣ ଦକ୍ଷିଣ ଆଫ୍ରିକୀୟମନ୍ତ୍ରୀ ଏଥିରେ ଯୋଗଦେବା ସହ ପ୍ରଧାନମସ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ନେତାମାନେ ମଧ୍ୟ ଯୋଗଦେଇଥିଲେ। ୯୦ ମିନିଟର ଆକର୍ଷଣୀୟ ପରେଡକୁ ଦେଖି ବିମୋହିତ ହୋଇଥିଲେ ମୁଖ୍ୟ ଅତିଥି। ଏହାସହ ଏଥିରେ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକାର୍ଷଣ କରିଥିଲା। ସବୁଠାରୁ ବଡ ଆକର୍ଷଣ ଥିଲା ଭାରତୀୟ ସେନାର ଶକ୍ତି ପ୍ରଦର୍ଶନ।