୭ ଲୋକସଭା ଓ ୨୦ ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର,୨୯/୩: କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ରାଜ୍ୟ ୭ଟି ଲୋକସଭା ଓ ୨୦ଟି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଦେଇଛି । କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ପୁରୀ ଓ ଜଗତସିଂହପୁର ପାଇଁ ଆଶାୟୀଙ୍କ ତାଲିକା ଆସିଛି ।

ଗଣମାଧ୍ୟମ ଦୁନିଆରୁ ଆସି ରାଜନୀତିରେ ପାଦ ଥାପି ଥିବା କଂଗ୍ରେସ ମିଡ଼ିଆ ସେଲ୍‌ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ପୁରୀ ଲୋକସଭା ଆସନରେ ଦଳ ସତ୍ୟ ପ୍ରକାଶଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ସେ ବିଜେଡ଼ିର ହେଭିୱେଟ୍‌ ନେତା ପିନାକୀ ମିଶ୍ର ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ସାମ୍ନା କରିବେ । ସେହିପରି ଢେଙ୍କାନାଳରେ କାମାକ୍ଷା ପ୍ରସାଦ ସିଂହ ଦେଓ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ବାଲେଶ୍ୱରରୁ ନବଜ୍ୟୋତି ପଟ୍ଟନାୟକ, ଭଦ୍ରକରେ ମଧୁମିତା ସେଠୀ, କେନ୍ଦୁଝରରେ ଫକୀର ମୋହନ ନାୟକ, କେନ୍ଦ୍ରାପଡ଼ାରେ ଧରଣୀଧର ନାୟକ ଓ ଜଗତସିଂହପୁରରୁ ପ୍ରତିମା ମଲ୍ଲିକ ନିର୍ବାଚନ ଲଢ଼ିବେ ।

ବିଧାନସଭା ପ୍ରାର୍ଥୀ ତାଲିକା : ଧାମନଗର- ବିଦ୍ୟାଧର ଜେନା,ବାସୁଦେବପୁର- ଅଶୋକ କୁମାର ଦାସ, ରେମୁଣା- ପ୍ରତାପ ସେଠୀ, ବସ୍ତା- ବିଜନ ନାୟକ ,ଭୋଗରାଇ- ସତ୍ୟଶିବ ଦାସ,ବାରିପଦା- ଦଶରଥ ସିଂହ,ଯଶୀପୁର- ମହେନ୍ଦ୍ର ନାୟକ, ପାଟଣା- ଗୋପେଶ୍ୱର ନାୟକ,ତେଲକୋଇ- ମୋହନ ହେମ୍ବ୍ରମ,ଉଦଳା- ବେଣୁଧର ମହାପାତ୍ର, ବରୀ- ଉମେଶ ଜେନା,ସୁକିନ୍ଦା- ଶରତ ରାଉତ,ପରଜଙ୍ଗ- ଯଶସ୍ୱିନୀ ରାଉତ, ନିଆଳି- ମମତା ଭୋଇ,ମାହାଙ୍ଗା- ଦେବେନ୍ଦ୍ର ସାହୁ ,ପାଟକୁରା- ଜୟନ୍ତ ମହାନ୍ତି, ତିର୍ତୋଲ- ବିଭୁପ୍ରସାଦ ତରାଇ, ପୁରୀ- ଅରୋପ୍ରସାଦ ମିଶ୍ର, ନୟାଗଡ- ମନୋଜ ସାହୁ ,ବିଞ୍ଝାରପୁର- ମନୋରଂଜନ ଦାସ ।

SBI_Festive_Digital Billboard