୯୦ ବର୍ଷ ବୟସରେ ଗ୍ରାମୀ ଆୱାର୍ଡ ଜିତିଲେ ଦଲାଇ ଲାମା

ନୂଆଦିଲ୍ଲୀ, ୦୨/୦୨ : ଗ୍ରାମୀ ଆୱାର୍ଡ ଜିତିଲେ ଦଲାଇ ଲାମା । ୯୦ ବର୍ଷ ବୟସରେ ମ୍ୟୁଜିକର ସବୁଠୁ ବଡ଼ ଆୱାର୍ଡ ଜିତିଛନ୍ତି ତିଦ୍ଦତୀୟ ଧର୍ମଗୁରୁ ଦଲାଇ ଲାମା । ଏହି ଆଲବମ୍ ସ୍ପୋକେନ୍ ୱାର୍ଡ ଏବଂ ଗ୍ରାମୀର ସର୍ବୋତ୍ତମ ଅଡିଓ ବୁକ୍ , ନାରେସନ ଓ ଷ୍ଟୋରି ଟେଲିଂ ବର୍ଗରେ ଜିତିଛି । ଏଥିରେ ଦଲାଇ ଲାମାଙ୍କ ଶାନ୍ତି, ଦୟା, ଆଶା ଓ ପରିବେଶ ରକ୍ଷା ବିଷୟରେ ବାର୍ତ୍ତା ରହିଛି । ଏହାକୁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ସହ ମିଶାଇ ସୁନ୍ଦର କରାଯାଇଛି । ବିଖ୍ୟାତ ସରୋଦ ବାଦକ ଅମଜଦ୍ ଅଲି ଖାନ୍ ଓ ତାଙ୍କର ଦୁଇ ପୁଅ ଆମାନ ଆଲି ବଙ୍ଗଶ୍ ଓ ଆୟାନ ଆଲି ବଙ୍ଗଶ୍ ଏହାର କମ୍ପୋଜ କରିଛନ୍ତି । ଏହି ମିଶ୍ରଣ ଆଧ୍ୟାତ୍ମିକତା ଓ ସଙ୍ଗୀତକୁ ଏକାଠି କରି ସମଗ୍ର ବିଶ୍ବକୁ ଶାନ୍ତିର ସନ୍ଦେଶ ଦେଇଛି । ଲସ୍ ଏଞ୍ଜେଲସରେ ୬୮ତମ ଗ୍ରାମି ଆୱାର୍ଡ ଆୟୋଜିତ ହୋଇଥିଲା ।