ୱାଇ-ଫାଇ ସିଗ୍ନାଲରୁ ବିଦୁ୍ୟତ୍ ମିଳିପାରିବ । ଆମେରିକାର ମେସାଚୁ୍ୟସେଟ୍ସ ଅଫ୍ ଟେକ୍ନୋଲୋଜିର ବୈଜ୍ଞାନିକମାନେ ଏକ ଛୋଟ ମେସିନ୍ ପ୍ରସ୍ତୁତ କରିଛନ୍ତି ଯାହା ୱାଇ-ଫାଇ ସିଗ୍ନାଲକୁ ବିଦୁ୍ୟତ୍ରେ ପରିବର୍ତ୍ତନ କରିବ । ଏହା ସାହାଯ୍ୟରେ ବିନା ବ୍ୟାଟେରୀରେ କିଛି ବି ଉପକରଣ ଚାର୍ଜ କରାଯାଇପାରିବ । ଏହାକୁ ରେକେଫନା କୁହାଯାଉଛି । ଏହି ଡିଭାଇଜ୍ ସିଗ୍ନାଲରେ ଥିବା ଅଲଫରେଟିଙ୍ଗ କରେଣ୍ଟ (ଏସି)କୁ ଡାଇରେକଫ କରେଣ୍ଟ (ଡିସି)ରେ ପରିବର୍ତ୍ତିତ ହେବ । ରେକେଫନା ଡିଭାଇସ୍ ୱାଇ-ଫାଇରେ ଥିବା ଇଲେକେଫ୍ରାମ୍ୟାଗ୍ନେଟିକ୍ େୱସ୍ୱକୁ ରେଡିଓ ଫ୍ରିକେ୍ୱସିଂ ଆଣ୍ଟିନା ସାହାଯ୍ୟରେ ଏସି େୱସ୍ ରୂପେ ଧରିଥାଏ । ଏହି ଟୁ-ଡାଇମେସନାଲ ସେମିକଣ୍ଡକଫରରେ ଯୋଡା ହୋଇଥାଏ । ଯେଉଁଥିରେ ବିଦୁ୍ୟତ୍ ଖୁବ୍ କ୍ଷୀପ୍ର ଗତି କରିଥାଏ । ଏହାଛଡା ୱାଇଫାଇ ଦେଲା ଭଳି ଏସି େୱବ୍ସ ସେମିକଣ୍ଡକଫର ଦ୍ୱାରା ପରିଚାଳିତ ହୋଇଥାଏ ଓ ଡିସି ଭୋଲ୍ଟେଜ୍ରେ ପରିବର୍ତ୍ତିତ ହୋଇଥାଏ । ବ୍ୟବହାରଦ୍ୱାରା ଇଲେକେଫ୍ରାନିକ୍ ସକେଟ୍ ଓ ବ୍ୟାଟେରୀକୁ ରିଚାର୍ଜ କରିପାରେ । ୱାଇଫାଇ ଦ୍ୱାରା ସିଗ୍ନାଲର ଇନ୍ପୁଟ୍ ଯେତିକି ରହିଥାଏ ଆଉଟ୍ପୁଟ୍ ତା’ଠାରୁ ୩୦ ପ୍ରତିଶତ ଅଧିକ ହୋଇଥାଏ ।