ନୂଆଦିଲ୍ଲୀ, ୧୫/୧୨: ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି.ସିନ୍ଧୁ ୱାର୍ଲïଟୁର ଫାଇନାଲ୍ସର ଫାଇନାଲରେ ପହଁଚିଛନ୍ତି । ଅଲିମ୍ପିକ୍ସର ସିଲଭର ଗାର୍ଲ ସିନ୍ଧୁ ବିଡବ୍ଲୁଏଫ ବିଶ୍ୱ ଟୁର ଫାଇନାଲ୍ସର ଫାଇନାଲରେ ନିଜ ସ୍ଥାନ ବନାଇଛନ୍ତି । ବିଶ୍ୱ ବେଡମିଣ୍ଟନ ତାରକାଙ୍କ ମଧ୍ୟରେ ୬ ନମ୍ବର ସ୍ଥାନରେ ରହିଥିବା ସିନ୍ଧୁ ଶନିବାର ରତଚାନୋକ ଇନ୍ତାନୋନଙ୍କୁ ସେମିଫାଇନାଲରେ ୨୧-୧୬, ୨୫-୨୩ ରେ ପରାସ୍ତ କରି ଫାଇନାଲରେ ପହଁଚିଛନ୍ତି । ଏହା ପରେ ସିନ୍ଧୁ ରବିବାର ଫାଇନାଲରେ ଜାପାନର ନଜୋମୀ ଓକୁହାରାଙ୍କ ସହ ମୁକାବିଲା କରିବେ । ଅନ୍ୟପକ୍ଷରେ ପ୍ରଥମଥର ପାଇଁ ଟୁର୍ଣ୍ଣାମେଣ୍ଟ ଉତୀର୍ଣ୍ଣ ହୋଇଥିବା ଭାରତୀୟ ଖେଳାଳି ସମୀର ବର୍ମା ମଧ୍ୟ ଗ୍ରୁପ-ବିର ଅନ୍ତିମ ମ୍ୟାଚ ଜିତି ନକଆଉଟରେ ପହଁଚିଛନ୍ତି । ସମୀରଙ୍କୁ ଫାଇନାଲରେ ପହଁଚିବାକୁ ହେଲେ ସେମିଫାଇନାଲରେ ଇଂଲଣ୍ଡ ଖେଳାଳି ଚୀନ କେ ସି ୟୁକିଙ୍କୁ ପରାସ୍ତ କରିବାକୁ ପଡିବ ।