ଛୁଟିଦିନରେ କମର୍ଚାରୀଙ୍କୁ ଅଫିସ କାମରେ ଫୋନ କଲେ ଦେବାକୁ ପଡ଼ିବ ଜରିମାନା । ଲକ୍ଷେ ଟଙ୍କାର ଜରିମାନା ଦେବ କମ୍ପାନୀ । ଡ୍ରିମ୍ ୧୧ କମ୍ପାନୀ ଏଭଳି କିଛି ନିଆରା ନୀତି ଆଣିଛି । ଏହା ଅନୁଯାୟୀ, ଛୁଟି ଦିନରେ ଅଫିସରୁ କମର୍ଚାରୀମାନଙ୍କୁ କୌଣସି ପ୍ରକାର କାମ ସମ୍ବନ୍ଧୀୟ କଲ୍ କିମ୍ବା ମେସେଜ ଦିଆଯିବ ନାହିଁ । ଯଦି କୌଣସି କମର୍ଚାରୀଙ୍କୁ ଛୁଟିଦିନରେ କାମ କରିବାକୁ ଅଫିସ ପକ୍ଷରୁ କୁହାଯିବ ତେବେ ଏହି ନିର୍ଦ୍ଦେଶ ଦେଇଥିବା ବ୍ୟକ୍ତିଙ୍କୁ ଏକ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ ।
ଛୁଟିଦିନକୁ କର୍ମଚାରୀ କେମିତି ଭଲରେ କାଟିବେ ସେଥିପାଇଁ ଏଭଳି ନୀତି ଆପଣାଇଛି । ଡ୍ରିମ୍୧୧ର ‘ଅନ୍-ପ୍ଲଗ୍ ପଲିସି’ ଅନୁସାରେ କମର୍ଚାରୀମାନେ ଛୁଟିଦିନକୁ କାର୍ଯ୍ୟ ସମ୍ବନ୍ଧୀୟ ଇମେଲ, ମେସେଜ ଓ କଲ ବିନା ବିତାଇବାକୁ ସକ୍ଷମ ହେବ । ଛୁଟିଦିନରେ ସେମାନଙ୍କୁ କୌଣସି ପ୍ରକାରର ହଇରାଣ କରାଯାଇପାରିବ ନାହିଁ । କମର୍ଚାରୀମାନେ ଗୋଟିଏ ସପ୍ତାହ ଛୁଟି ସମୟରେ ନିଜ କାମରୁ ନିଜକୁ ସମ୍ପୂର୍ଣ୍ଣ ଦୂରରେ ରଖିପାରିବେ ।
କମ୍ପାନୀ ନିଜ ଲିଙ୍କଡଇନ୍ରେ ଏହି ନୀତି ଘୋଷଣା କରିଛି । କମ୍ପାନୀର ପ୍ରତିଷ୍ଠାତା ହର୍ଷ ଜୈନ ଓ ଭାବିତ୍ ସେଠ୍ କହିଛନ୍ତି ଯେ ‘ଅନ୍-ପ୍ଲଗ୍’ ଅବଧି ସମୟରେ ଅନ୍ୟ କୌଣସି କମର୍ଚାରୀଙ୍କ ସହ ଯୋଗାଯୋଗ କରୁଥିବା କମର୍ଚାରୀଙ୍କୁ ଏକ ଲକ୍ଷ ଟଙ୍କା ଜୋରିମାନା କରାଯିବ । କମ୍ପାନୀର ସମସ୍ତେ ‘ଅନ୍-ପ୍ଲଗ୍’ ସମୟ ପାଇପାରିବେ । ପ୍ରତିଷ୍ଠାତାଙ୍କ ଅନୁଯାୟୀ, କମ୍ପାନୀ କୌଣସି କମର୍ଚାରୀଙ୍କ ଉପରେ ନିଭର୍ରଶୀଳ ନହେବା ପାଇଁ ଏହି ନୀତି ଲାଗୁ କରାଯାଇଛି । କମର୍ଚାରୀମାନେ କମ୍ପାନୀର ନୂତନ ନୀତିରେ ବହୁତ ଖୁସି ବୋଲି କୁହାଯାଉଛି ।