ନୂଆଦିଲ୍ଲୀ, ୩୧/୫: ଜୁନ ମାସରେ ସିରମ ୧୦ କୋଟି କୋଭିସିଲ୍ଡ ଡୋଜ୍ ସରକାରଙ୍କୁ ଦେବ ବୋଲି କହିଛି । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଲେଖିଥିବା ଚିଠିରେ ସିରମ୍ ପକ୍ଷରୁ ଲେଖାଯାଇଛି, କରୋନା ମହାମାରୀ ସମୟରେ ମଧ୍ୟ ବହୁ ଆହ୍ବାନପୂର୍ଣ୍ଣ ପରିସ୍ଥିତିରେ କର୍ମଚାରୀ ୨୪ ଘଣ୍ଟା କାମ କରୁଛନ୍ତି।
ମେ’ ମାସର ଉତ୍ପାଦନ କ୍ଷମତାଠୁ ଜୁନରେ ଉତ୍ପାଦନ ବୃଦ୍ଧି ହେବାକୁ ଥିବା ବେଳେ ସରକାରଙ୍କୁ ୧୦ କୋଟି କୋଭିସିଲ୍ଡ ଟିକା ଦେବାକୁ ନେଇ ଆମେ ଖୁସି ଅଛୁ ବୋଲି ଏସଆଇଆଇରେ ସରକାରୀ ଏବଂ ନିୟାମକ ନିର୍ଦେଶକ ପ୍ରକାଶ କୁମାର ସିଂହ ଚିଠିରେ ଉଲ୍ଲେଖ କରିଛନ୍ତି। ସେପଟେ ଜୁନ୍ରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ ଏବଂ ସମସ୍ତ ସମ୍ମୁଖ ଯୋଦ୍ଧା, ୪୫ ଓ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ୬.୦୯ କୋଟି ଟିକା ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।