ରାଜ୍ୟରେ ଆଜି ୧୦, ୩୨୧ କରୋନା ସଂକ୍ରମିତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୨୨
ଭୁବନେଶ୍ୱର,୧୮/୫: ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦,୩୨୧ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୫,୭୭୯ ଓ ସ୍ଥାନୀୟ ସଂକ୍ରମିତ ୪,୫୪୨ ଜଣ ରହିଥିବା ଜଣାଯାଇଛି। ଚିହ୍ନଟ କରାଯାଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧,୫୬୬ ଜଣଙ୍କୁ ଚିହ୍ନଟ କରାଯାଇଛି।
ରାଜ୍ୟରେ ଚିହ୍ନଟ କରାଯାଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୪୭୧, ବାଲେଶ୍ୱର ୨୬୯, ବରଗଡ ୩୨୦, ଭଦ୍ରକ ୩୫୦, ବଲାଙ୍ଗୀର ୨୯୧, ବଉଦ ୨୫୦, କଟକ ୭୩୧, ଦେବଗଡ ୧୧୪, ଢେଙ୍କାନାଳରୁ ୭୭ ଜଣଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ଗଜପତିରୁ ୫୬, ଗଞ୍ଜାମ ୨୦୩, ଜଗତସିଂହପୁର ୧୫୯, ଯାଜପୁର ୩୩୦, ଝାରସୁଗୁଡା ୩୧୨, କଳାହାଣ୍ଡି ୫୯୯, କନ୍ଧମାଳ ୫୪, କେନ୍ଦ୍ରାପଡା ୧୬୨, କେନ୍ଦୁଝର ୨୦୪, କୋରାପୁଟରୁ ୩୩୮ ଜଣ, ମାଲକାନଗିରିରୁ ୭୭, ମୟୁରଭଞ୍ଜ ୪୫୮, ନବରଙ୍ଗପୁର ୩୩୪, ନୟାଗଡ ୨୭୩, ନୂଆପଡା ୧୪୫, ପୁରୀ ୪୭୨, ରାୟଗଡା ୧୬୩, ସମ୍ବଲପୁର ୪୦୫, ସୁନ୍ଦରଗଡ ୮୧୯ ଏବଂ ଷ୍ଟେଟପୁଲରୁ ୨୪୬ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।
ରାଜ୍ୟରେ ଏହି ସମୟ ମଧ୍ୟରେ ଆଉ ୧୧୮୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଓଡ଼ିଶାରେ ଏପର୍ଯ୍ୟନ୍ତ ମୋଟ ୧,୦୯,୯୭,୮୭୬ ନମୁନା ପରୀକ୍ଷା କରାଯାଇଥିବାବେଳେ ସେଥିମଧ୍ୟରୁ ୬,୩୩,୩୦୨ ଜଣ କରୋନା ସଂକ୍ରମିତ ରହିଥିଲେ। ଆକ୍ରାନ୍ତଙ୍କ ମଧ୍ୟରୁ ୫୨୬୩୫୩ ଜଣ ଆରୋଗ୍ୟଲାଭ କରିଛନ୍ତି ଏବଂ ରାଜ୍ୟରେ ଗତକାଲି ସୁଦ୍ଧା ୧,୦୪,୫୩୯ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ଜଣାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ୨୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୩୫୭ କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ବୌଦ୍ଧ, କଳାହାଣ୍ଡି,ଖୋର୍ଦ୍ଧା, ନୂଆପଡ଼ା , ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ଗଜପତି , କୋରାପୁଟ, ରାୟଗଡ଼ା ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ବଲାଙ୍ଗିର ଜିଲ୍ଲାରୁ ଜଣେ ଆକ୍ରାନ୍ତ ରହିଛନ୍ତି ।