ଭୁବନେଶ୍ୱର : ଆଜି ପ୍ରତିଟି ଓଡ଼ିଆଙ୍କ ପ୍ରିୟ ଖବର କାଗଜ ‘ସମାଜ’ର ୧୦୬ତମ ପ୍ରତିଷ୍ଠା ଦିବସ । ଦୈନିକ ଓଡ଼ିଆ ଖବରକାଗଜ ସମାଜ ଆଜି ସଫଳତାର ସହିତ ୧୦୬ ବର୍ଷ ଅତିକ୍ରମ କରିଛି । ସତ୍ୟ ହିଁ ‘ସମାଜ’ର ମୂଳଦୁଆ । ନିର୍ଭୀକତା ଓ ବିଶ୍ୱସନୀୟତା ହିଁ ଆମ ଖବରର ମେରୁଦଣ୍ଡ ।
ଦୀର୍ଘ ୧୦୬ ବର୍ଷ ଧରି ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ଆଦର୍ଶ, ଓଡ଼ିଶାର କଣ୍ଠସ୍ୱର ‘ସମାଜ’ ନିରବିଚ୍ଛନ୍ନ ଭାବେ ଗରଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ରୂପେ ତଥ୍ୟ, ସୂଚନା, ଘଟଣା ସମ୍ପର୍କରେ ଅବିରତ ତଥା ଅବିଚଳିତ ସେବା ଯୋଗାଇ ଆସୁଛି । ପ୍ରତିଟି ଖବରରେ ସତ୍ୟତା, ପ୍ରତିଟି ମଣିଷ ପାଇଁ ‘ସମାଜ’ ସମଭାବ ନୀତି ଓ ନିୟମ । ପ୍ରତିଟି ଓଡ଼ିଆର ସୁଖ ଦୁଃଖର ସାଥୀ ‘ସମାଜ’ ଏକ ଖବର କାଗଜ ନୁହେଁ ଏକ ଶତାୟୁ ବିଶ୍ୱସ୍ତ ଅନୁଷ୍ଠାନ ।
