ମହାକାଳପଡ଼ା,୨୫/୬ : ଶୌଚ ହେବାକୁ ଯାଇ ଜୀବନ ହରାଇଲେ ଦଶମ ଶ୍ରେଣୀ ଛାତ୍ରୀ ସୁମିତ୍ରା ମଲ୍ଲିକ l ମହାକାଳପଡ଼ା ଥାନା ଅଂଚଳ ବାରଡାଙ୍ଗ ପଂଚାୟତ ବାହାର ସୋବଳା ଗାଁ ର ଅମର ମଳିକ ଙ୍କ ଝିଅ ଗୋବରୀ ନଦୀ ଆରପଟ ମା ରାମଚଣ୍ଡୀ ହାଇସ୍କୁଲ କୁ ନିତିଦିନ ଭଳି ପାଠ ପଢିବାକୁ ଯାଉଥିଲେ l ବାଟରେ ଝାଡା ବସି ଶୌଚ ହେବାକୁ ପାଖ ଗାଡିଆକୁ ଯାଇଥିଲେ l ଅସାବଧାନ ବଶତଃ ଝିଅ ର ଗୋଡ଼ ଖସି ଯିବାରୁ ବୁଡି ଯାଇଥିଲେ l ହୁଡାରେ ଖାତା ବହି ଓ ଅନ୍ୟାନ୍ୟ ପାଠ୍ୟ ସାମଗ୍ରୀ ଦେଖି ପଡୋଶୀ ଦାଦା ହେମନ୍ତ ମଲ୍ଲିକ ଖୋଜା ଖୋଜି କରି ସୁମିତ୍ରା ଙ୍କୁ ଠାବ କରିଥିଲେ l ପରିବାର ଲୋକେ ଝିଅ କୁ ମହାକାଳପଡ଼ା ମେଡିକାଲ କୁ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ନାବାଳିକା ଙ୍କ ଶବ ବ୍ୟବଛେଦ ପାଇଁ ଯିବା ପୂର୍ବରୁ, ବିଜେପି ବରିଷ୍ଠ ନେତା ଗନ୍ଧର୍ବ ନାୟକ ମେଡିକାଲ ରେ ସନ୍ତାପିତ ପରିବାର କୁ ଭେଟି ସମବେଦନା ଜଣାଇବା ସମୟରେ ସାଥିରେ ମେଡିକାଲ ଅଫିସର ଡାକ୍ତର ନିରଞ୍ଜନ କର ଉପସ୍ଥିତ ଥିଲେ l ପରବର୍ତ୍ତୀ ସମୟରେ ନାବାଳିକା ଛାତ୍ରୀ ର ଶଵ ବ୍ୟବଛେଦ ପାଇଁ ଯିବାର ବ୍ୟବସ୍ଥା ହୋଇଥିବା ବେଳେ ପୋଲିସ ତରଫରୁ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି l ଏନେଇ ଗାଁ ର ବୁଦ୍ଧିଜୀବୀ ମାନେ ମୃତକ ଙ୍କ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରନ୍ତି l