ହାଇଦ୍ରାବାଦ,୯/୬: ବିନା ପରୀକ୍ଷାରେ ପାସ ହେବେ ତେଲେଙ୍ଗାନାର ଦଶମ ଶ୍ରେଣୀ ପିଲା । ସୋମବାର ତେଲେଙ୍ଗାନା ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କୋରୋନା ଲକଡାଉନ ଯୋଗୁଁ ମେ ମାସରୁ ବନ୍ଦ ରହିଛି ସବୁ ସ୍କୁଲ । ବର୍ତ୍ତମାନ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସୁନଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।ସୋମବାର ଏକ ପ୍ରେସ ବିଜ୍ଞପ୍ତିରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ସୂଚନା ଦେଇଛନ୍ତି । ଏଭଳି ସ୍ଥିତିରେ ପରୀକ୍ଷାର ଆୟୋଜନ କରିବା ଅସମ୍ଭବ ବୋଲି ସେ ପ୍ରକାଶ କରିଛନ୍ତି ।