ମହାକାଳପଡ଼ା,୨୯ /୭ : (କେଶବ ଚରଣ ନାଥ) – ମହାକାଳପଡ଼ା ଶିକ୍ଷା ମଣ୍ଡଳରେ୨o୧୯-୨o ଶିକ୍ଷା ବର୍ଷରେ ଚୌରାଳୀଶ (୪୪) ଗୋଟି ଉଚ୍ଚ ବିଦ୍ୟାଳୟରୁ ୩୦୬୪ ଛାତ୍ର /ଛାତ୍ରୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଇଥିଲେ l ନୂତନ ପଦ୍ଧତି ରେ ପରୀକ୍ଷା ଓ କୋଭିଡ – 19 ପାଇଁ ସ୍ୱତନ୍ତ୍ର ପ୍ରକାର ଖାତା ମୂଲ୍ୟାଙ୍କନ ସତ୍ୱେ ୮୩ .୭୪% ପ୍ରତିଶତ ଭାବେ ୨୫୬୬ ଜଣ ପାସ କରିଛନ୍ତି l ତନ୍ମଧ୍ୟରୁ ଚାରି ଜଣ ‘ଏ ୱାନ’ ଗ୍ରେଡ଼ ହାସଲ କରିଛନ୍ତି l ବି. ପି. ହାଇସ୍କୁଲ ଅନ୍ଦୁଳି ର ଛାତ୍ର ଓମ ପ୍ରକାଶ ଓ ପି. ଏଚ. ହାଇସ୍କୁଲ ରାଜଗଡ଼ ର ଛାତ୍ରୀ ସିପ୍ରା ସୁରଭି ମହାନ୍ତି ସମାନ ଭାବେ ୫୪୩ ଲେଖାଏଁ ନମ୍ବର ରଖି ଏ ୱାନ ହାସଲ କରିଛନ୍ତି l ସେହିପରି ସି. ଏସ. ହାଇସ୍କୁଲ ବେଲାର ନୂଆଗାଁ ର ଛାତ୍ରୀ ଲିଜା ରାଣୀ ମଲ୍ଲ ୫୪୦ ନମ୍ବର ରଖି ଥିବା ବେଳେ ଖରିନାସୀ ହାଇସ୍କୁଲ ର ଛାତ୍ର ଦେବ ଦତ୍ତ ମଣ୍ଡଳ ୫୫୯ ନମ୍ବର ରଖି ମହାକାଳପଡ଼ା ବ୍ଲକରେ ଏ ୱାନ ଗ୍ରେଡ଼ ପାଇଁ ଥିବା ଚାରି ଜଣଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଛନ୍ତି l ହାଇସ୍କୁଲ ପରୀକ୍ଷା ଫଳାଫଳକୁ ନେଇ ଦାୟିତ୍ୱ ନ୍ୟସ୍ତ ବ୍ଲକ ଶିକ୍ଷା ଅଧିକାରୀ ତନ୍ମୟ କୁମାର ବେହେରା ସମସ୍ତ କୃତୀ ଛାତ୍ରଛାତ୍ରୀ ଓ ଅଭିଵାବକମାନଙ୍କୁ ସଫଳତା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି l