ଭୁବନେଶ୍ୱର,୬/୧୦ : ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ ନେଇ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର । ନଭେମ୍ବର ୧୪ ତାରିଖରେ ଭୋଟଗଣତି । ନୂଆପଡା ପାଇଁ ୧୩ ଅକ୍ଟୋବରରେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୦ ଅକ୍ଟୋବରରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । ୨୨ ଅକ୍ଟୋବରରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୨୪ ତାରିଖ ପ୍ରାର୍ଥୀପ୍ରତ୍ୟାହାରର ଶେଷ ତାରିଖ । ସୂଚନାଥାଉକି, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରୋଲୋକ ପରେ ଆସନ ଖାଲି ରହିଛି । ଉପନିର୍ବାଚନ ନେଇ କେଉଁ ଦଳ ବାଜିମାତ ମାରିବ ତାକୁ ଦେଖିବା ପାଇଁ ସମସ୍ତଙ୍କ ଆଶା ରହିଛି ।
