ସମ୍ବଲପୁର, ୨୭/୮ : ଉପରମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଫଳରେ ପୁଣି ଦୁଇଟି ଗେଟ୍ ଖୋଲାଯାଇଛି । ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ ଖୋଲାଥିଲାବେଳେ ବର୍ତ୍ତମାନ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୦ ଫୁଟ୍ ।
ବର୍ତ୍ତମାନ ସୁଦ୍ଧା ଜଳଭଣ୍ଡାର କର୍ତ୍ତୃପକ୍ଷ ଦେଇଥିବା ତଥ୍ୟ ଅନୁସାରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୭୯ ହଜାର ୯୦୨ ଘନ ଫୁଟ୍ ଜଳ ପ୍ରବେଶ କରୁଛି । ସେହିପରି ପ୍ରତି ସେକେଣ୍ଡରେ ୧ ଲକ୍ଷ ୭୯ ହଜାର ୯୭୪ ଘନଫୁଟ୍ ଜଳ ନିଷ୍କାସିତ ହେଉଛି । ତଳମୁଣ୍ଡର କେବଳ ଖଇରମାଲକୁ ଛାଡିଦେଲେ ମୁଣ୍ଡଳୀ, ବାରମୂଳ, ପଥର୍ଲା, ବେଲଗାଁ ସବୁଠି ନଦୀ ଫୁଲୁଛି ।