୧୩ ଓଏଏସ୍ ଅଧିକାରୀଙ୍କୁ IAS ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର: ଓଡ଼ିଶାର ୧୩ଜଣ ଓଏଏସ୍ ଅଧିକାରୀଙ୍କୁ ଆଇଏଏସ୍ ପଦବୀକୁ ଉନ୍ନୀତ କରାଯାଇଛି । ଏ ନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଜାରି ବିଜ୍ଞପ୍ତି ଅନୁସାରେ ଓଏଏସ୍ ଅଧିକାରୀ ତୁଷାରକାନ୍ତି ମହାନ୍ତି, ସରୋଜ କୁମାର ସାମଲ, ମନୋଜ କୁମାର ମହାନ୍ତି, ସରୋଜ କୁମାର ସେଠୀ, ଅବନୀକାନ୍ତ ପଟ୍ଟନାୟକ, ସଂଗ୍ରାମ କେଶରୀ ମହାପାତ୍ର, ରାଜଶ୍ରୀ ମହାନ୍ତିଙ୍କୁ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ।

ସେହିପରି ଡ. ଗଣେଶ୍ୱର ଜେନା, ଦେବେନ୍ କୁମାର ପ୍ରଧାନ, ତ୍ରିଲୋଚନ ମାଝୀ, ଶକୁନ୍ତଳା ବିନ୍ଧାଣୀ, ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍ ପ୍ରଧାନ ଓ ବିଜୟ କୁମାର ଦାସଙ୍କୁ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ସେମାନେ ଓଡ଼ିଶା କ୍ୟାଡରର ୨୦୨୧ ବ୍ୟାଚ୍ ଆଇଏଏସ୍ ଭାବେ ବିବେଚିତ ହେବେ । ଏ ନେଇ ଓଡ଼ିଶା ସରକାରଙ୍କୁ ମଧ୍ୟ କେନ୍ଦ୍ର ପକ୍ଷରୁ ବିଧିବଦ୍ଧ ଭାବେ ଅବଗତ କରାଯାଇଛି ।