ବାଲେଶ୍ଵରରୁ କୁଖ୍ୟାତ ଗାଡ଼ିଚୋରି ଗ୍ୟାଙ୍ଗର ୫ ସଦସ୍ୟ ଗିରଫ, ୧୫ଟି ବାଇକ୍ ଜବତ
ନୀଳଗିରି, ୧୫/୧୧ : ବାଲେଶ୍ଵର ଇଣ୍ଡଷ୍ଟ୍ରି ଥାନା ପୁଲିସ ପକ୍ଷରୁ ଏକ କୁଖ୍ୟାତ ଡକାୟତ ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। ଏଥି ସହିତ ପୁଲିସ ଗିରଫ ଅଭିଯୁକ୍ତମାନଙ୍କ ଠାରୁ ୧୫ଟି ଚୋରା ବାଇକ୍ ସହିତ ଗୋଟିଏ କାର ଓ ଗୋଟିଏ ବଲେରୋ ଜବତ କରିଛି। ଇଣ୍ଡଷ୍ଟ୍ରି ଥାନା ଅଧିକରିଣୀ ମିନତୀ ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ସୂଚନା ଦେଇଛନ୍ତି। କିଛିଦିନ ଧରି ବାଲେଶ୍ଵର ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ସକ୍ରିୟ ହୋଇ ଉଠିଥିଲେ ବାଇକ ଚୋର। ଏହା ପୁଲିସ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଥିଲା। ବାଇକ୍ ଚୋରି ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା। ପରେ ପୁଲିସ ମାମଲାର ଖୋଳତାଡ କରି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି।