ନୂଆଦିଲ୍ଲୀ: ଗୁଗୁଲ୍ ପକ୍ଷରୁ ୧୫୦ରୁ ଅଧିକ ମାଲିସିୟସ୍ ଆପ୍ କୁ ପ୍ଲେ ଷ୍ଟୋରରୁ ବ୍ୟାନ୍ କରିଦିଆଯାଇଛି । ଏହି ସବୁ ଆପ୍ UltimusSMS କ୍ୟାମ୍ପେନ୍ ରେ ସାମିଲ ରହିଛି । ଗୁଗୁଲ୍ ଏହିସବୁ ଆପ୍ କୁ ପ୍ଲେ ଷ୍ଟୋର୍ ରୁ ହଟାଇ ଦିଆଯାଇଛି । ଏହି ଆପ୍ ସବୁ ୟୁଜର୍ସଙ୍କୁ ପ୍ରିମିୟମ୍ ଏସଏମଏସ୍ ସର୍ଭିସ୍ ପାଇଁ ସାଇନ୍ ଇନ୍ କରିବାକୁ କହିଥାନ୍ତି । ତେବେ ଏହି ମାଲିସିୟସ୍ ଆପ୍ ସମ୍ପର୍କରେ Avast Antivirus ନିଜ ବ୍ଲଗ୍ ରେ ଲେଖିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ, ଏହି ଆପ୍ ସବୁକୁ ୧୦.୫ ମିଲିୟନ୍ ଥର ଡାଉନଲୋଡ୍ କରାଯାଇଛି ।
ଏହିସବୁ ଆପ୍ ର ଫଙ୍କସନ୍ ଏକ ପ୍ରକାରର ହୋଇଥାଏ । Avast ବ୍ଲଗ୍ ରେ କୁହାଯାଇଛି ଯେ, UltimusSMS କ୍ୟାମ୍ପେନ୍ ରେ ଏହିସବୁ ଆପ୍ କୁ ସାମିଲ କରାଯାଇଥିଲା । ଏହିସବୁ ଆପ୍ କୁ ଡାଉନଲୋଡ୍ କରିବା ପରେ ଏହା ଆପଣଙ୍କ ଲୋକେସନ୍, ଆଇଏମଇଆଇ ଏବଂ ଫୋନ୍ ନମ୍ବରକୁ ଚେକ୍ କରିଥାନ୍ତି । ତେବେ ଏହି ଫେକ୍ ଆପ୍ ମଧ୍ୟରେ କଷ୍ଟମ୍ କିୱାର୍ଡ, କ୍ୟୁଆର୍ କୋଡ୍ ସ୍କାନର୍, ଭିଡିଓ ଓ ଫଟୋ ଏଡିଟର୍, ସ୍ପାମ୍ କଲ୍ ବ୍ଲକର୍, କ୍ୟାମେରା ଫିଲଟର୍ ଭଳି ଆପ୍ ସାମିଲ ରହିଛି ।