ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୧୭/୮ : ଆଜି ରାଜ୍ୟରୁ ଆଉ ୧୫୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଆରୋଗ୍ୟଙ୍କ ସଂଖ୍ୟା ୪୩ ହଜାର ୭୭୯ରେ ପହଞ୍ଚିଛି ।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୩୨, କଟକରୁ ୧୩୧, ରାୟଗଡାରୁ ୧୧୨, ସୁନ୍ଦରଗଡ଼ରୁ ୧୧୧, ବାଲେଶ୍ବରରୁ ୧୦୧, ଖୋର୍ଦ୍ଧାରୁ ୯୯, ଢେଙ୍କାନାଳରୁ ୬୩, ମୟୂରଭଞ୍ଜରୁ ୫୧, ଗଜପତି ଓ କୋରାପୁଟରୁ ୪୯, ମାଲକାନଗିରିରୁ ୪୨, ଭଦ୍ରକ ଏବଂ ଜଗତସିଂହପୁରରୁ ୩୮ ଜଣ ଲେଖାଏଁ, କନ୍ଧମାଳରୁ ୩୭, ବଲାଙ୍ଗୀର ଓ ଯାଜପୁରରୁ ୩୬ ଜଣ ଲେଖାଏଁ, ସମ୍ବଲପୁରରୁ ୩୫, ନୟାଗଡ଼ରୁ ୩୪, କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁରରୁ ୩୧ ଜଣ ଲେଖାଏଁ, ସୁବର୍ଣ୍ଣପୁରରୁ ୩୦, କେନ୍ଦୁଝରରୁ ୨୦, ଅନୁଗୋଳରୁ ୧୮ ଏବଂ ବରଗଡ଼ରୁ ୧୫, ଝାରସୁଗୁଡାରୁ ୧୪, କେନ୍ଦ୍ରାପଡାରୁ ୧୪, ଦେବଗଡରୁ ୪ ଓ ପୁରୀରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି ।