ଭୁବନେଶ୍ୱର, ୧୮/୮ : ଆଜି ରାଜ୍ୟରୁ ଆଉ ୧୫୩୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଆରୋଗ୍ୟଙ୍କ ସଂଖ୍ୟା ୪୫ ହଜାର ୩୧୪ରେ ପହଞ୍ଚିଛି ।
ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧାରୁ ୨୮୭, ସୁନ୍ଦରଗଡରୁ ୧୭୮, ଗଞ୍ଜାମରୁ ୧୫୬, କନ୍ଧମାଳରୁ ୧୦୫, ପୁରୀରୁ ୯୬, କଟକରୁ ୮୪, କୋରାପୁଟରୁ ୭୩, ବରଗଡରୁ ୭୦, ନୟାଗଡରୁ ୬୩, ମାଲକାନଗିରିରୁ ୫୮, ବାଲେଶ୍ୱରରୁ ୫୨ ଜଣ ରହିଛନ୍ତି ।
ସେହିପରି କଳାହାଣ୍ଡିରୁ ୪୭, ଭଦ୍ରକରୁ ୪୨, ଯାଜପୁରରୁ ୩୯, ଗଜପତିରୁ ୨୭, କେନ୍ଦ୍ରାପଡାରୁ ୨୦, ସମ୍ବଲପୁରରୁ ୨୦, ଝାରସୁଗୁଡାରୁ ୧୯, ମୟୂରଭଞ୍ଜରୁ ୧୭, କେଉଁଝରରୁ ୧୭, ଢେଙ୍କାନାଳରୁ ୧୫, ରାୟଗଡାରୁ ୧୪, ନବରଙ୍ଗପୁରରୁ ୧୩, ବଲାଙ୍ଗୀରରୁ ୭, ବୌଦ୍ଧରୁ ୭, ଜଗତସିଂପୁରରୁ ୬, ନୂଆପଡାରୁ ୨ ଓ ସୋନପୁରରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି ।