ରାମ ମନ୍ଦିର ଭୂମିପୂଜନ ଶିଳାନ୍ୟାସ ଉତ୍ସବର ସିଧା ପ୍ରସାରଣ : ଦେଖିଥିଲେ ୧୬କୋଟି ଦର୍ଶକ

ନୂଆଦିଲ୍ଲୀ, ୯/୮ : ଅଯୋଧ୍ୟାରେ ବୁଧବାର ଅନୁଷ୍ଠିତ ରାମ ମନ୍ଦିର ଭୂମିପୂଜନ ଶିଳାନ୍ୟାସ ଉତ୍ସବର ଟେଲିଭିଜନ ସିଧା ପ୍ରସାରଣକୁ ଦେଶବିଦେଶର ୧୬୦ ନିୟୁତ ବା ୧୬କୋଟି ଦର୍ଶକ ଉପ​‌ଭୋଗ କରିଛନ୍ତି। ଏ ସମ୍ପର୍କରେ ଗତକାଲି ପ୍ରସାର ଭାରତୀ ମୁଖ୍ୟ (ସିଇଓ) ଶଶୀ ଶେଖର ଭେମପତି ସୂଚନା ଦେଇ କହିଛନ୍ତି ଯେ, ଦୂରଦର୍ଶନ ସମେତ ୨୦୦ଟିଭି ଚାନେଲ ଭୂମିପୂଜନ ଶିଳାନ୍ୟାସ ଉତ୍ସବର ସିଧା ପ୍ରସାରଣ କରିଥିଲେ; ଯାହାର ଦର୍ଶନ ଅବଧି ପୂର୍ବାହ୍ଣ ୧୦ଟା ୪୫ରୁ ଅପରାହ୍ଣ ୨ ମଧ୍ୟରେ ୭୦୦କୋଟି ମିନିଟ ଛୁଇଁଥିଲା।