JEEରେ କିସ୍‍ର ୧୬ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ

ଭୁବନେଶ୍ୱର, ୧୮/୦୨ : ନ୍ୟାସ୍‍ନାଲ୍‍ ଟେଷ୍ଟିଂ ଏଜେନ୍‍ସୀ- NTA ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ପ୍ରକାଶ ପାଇଥିବା ବେଳେ ଏଥିରେ କିସ୍‍ର ୧୬ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୩ଜଣ ଛାତ୍ରୀ ଓ ୩ଜଣ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି । ଏମାନେ ଜେଇଇ ଆଡ଼୍‍ଭାନ୍‍ସଡ ପାଇଁ ମନୋନୀତ ହୋଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନଙ୍କ ମଧ୍ୟରେ ୩ଜଣ ଝାଡ଼ଖଣ୍ଡରୁ ଆସି କିସ୍‍ ରେ ପାଠ ପଢ଼ି ଜେଇଇରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ସଫଳତାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରତିବର୍ଷ ଛାତ୍ରଛାତ୍ରୀମାନେ ପ୍ରତିବର୍ଷ ବିଭିନ୍ନ ଆଞ୍ଚଳିକ ଓ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ମଧ୍ୟ ସଫଳତା ପାଇ ଆସୁଛନ୍ତି । ସେମାନଙ୍କୁ ଉପଯୁକ୍ତ ଯତ୍ନ ନିଆଯିବା ସହ ଶୈକ୍ଷିକ ପରିବେଶ ସୃଷ୍ଟି କରାଯାଉଥିବାରୁ ସେମାନେ ଏଭଳି ସଫଳତା ହାସଲ କରିପାରୁଛନ୍ତି ବୋଲି ଡ, ସାମନ୍ତ କହିଛନ୍ତି । ଏଥିପାଇଁ ଡ. ସାମନ୍ତ କିସ୍‍ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀଙ୍କୁ ସେମାନଙ୍କ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଛନ୍ତି ।