କେରଳ,୨୦/୨: ଇତିହାସ ରଚିଛନ୍ତି ଜଣେ ୧୭ ବର୍ଷୀୟ ଝିଅ। ରୋଗଗ୍ରସ୍ତ ବାପାଙ୍କୁ ବଞ୍ଚାଇବାକୁ ନାବାଳିକା ଝିଅ ନିଜର ଲିଭର ବା ଯକୃତ ଦାନ କରିଛନ୍ତି। ଝିଅର ଲିଭର ପାଇ ଏବେ ବାପା ଜଣଙ୍କ ନୂଆ ଜୀବନ ପାଇଛନ୍ତି। କେରଳର ଥିରୁଅନନ୍ତପୁରମରେ ଏପରି ଘଟଣା ଘଟିଛି। ସେହିପରି ଭାରତ ଇତିହାସରେ ପ୍ରଥମଥର ପାଇଁ ଜଣେ ନାବାଳିକା ଅଙ୍ଗଦାନ କରିବାର ରେକର୍ଡ ମଧ୍ୟ କରିଛନ୍ତି।
ବାପାଙ୍କୁ ନୂଆ ଜୀବନ ଦେଇଥିବା ୧୭ ବର୍ଷୀୟ ଝିଅ ଜଣଙ୍କ ହେଉଛନ୍ତି ଦେବାନନ୍ଦା । ସେ ତାଙ୍କ ବାପାଙ୍କ କଷ୍ଟ ସହି ନପାରି ଲିଭର ଦାନ କରିଛନ୍ତି। ହେଲେ ବାପାଙ୍କୁ ଅଙ୍ଗ ଦାନ କରିବା ପାଇଁ ଦେବାନନ୍ଦା ଅନେକ ବାଧାର ସାମ୍ନା କରିଥିଲେ। କିନ୍ତୁ ସେ ଶେଷରେ ସଫଳତା ମଧ୍ୟ ହାସଲ କରିଛନ୍ତି।
