କର୍ମଯୋଗୀ ବସନ୍ତ କୁମାର ବିଶ୍ୱାଳଙ୍କ ୧୭ତମ ଶ୍ରାଦ୍ଧଉତ୍ସବ ପାଳିତ

ଭୁବନେଶ୍ୱର,୭/୯: ପୂର୍ବତନ ଉପମୁଖ୍ୟମନ୍ତ୍ରୀ, ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା, କର୍ମଯୋଗୀ ବସନ୍ତ କୁମାର ବିଶ୍ୱାଳଙ୍କ ୧୭ତମ ଶ୍ରାଦ୍ଧଉତ୍ସବ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି । କରୋନା ମହାମାରୀ ପାଇଁ ଚଳିତ ବର୍ଷ ଶ୍ରାଦ୍ଧ ଉତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି । ସ୍ଵର୍ଗତ ବିଶ୍ୱାଳଙ୍କ ଜନ୍ମସ୍ଥାନ ତିର୍ତୋଲ ସମେତ ଜଗସିଂପୁର,କେନ୍ଦ୍ରାପଡା,କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ରାଦ୍ଧଉତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ଓଡ଼ିଆ ଖବର କାଗଜ ‘ସମୟ’ ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଆଜି ସକାଳ ୯ ଘଟିକା ସମୟରେ ସମୟର ମୁଖ୍ୟ ସମ୍ପାଦକ ସାତକଡ଼ି ହୋତାଙ୍କ ସମେତ ଅନ୍ୟ କର୍ମଚାରୀମାନେ କାର୍ଯ୍ୟାଳୟ ପରିସରରେ ଥିବା ତାଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରିଥିଲେ ।