ନାବାଳିକାକୁ ୪ ବର୍ଷ ଯାଏଁ ୬୪ ଜଣ କେଲେ ଦୁଷ୍କର୍ମ : ୧୮ ବର୍ଷ ହେବା ପରେ ଅଭିଯୋଗ

0

ନୂଆଦିଲ୍ଲୀ, ୧୧/୦୧ : ନାବାଳିକା ଜଣକ ସ୍କୁଲରେ ପଢୁଥିବା ବେଳେ ସ୍କୁଲ ସାଙ୍ଗ, କୋଚ, ପଡୋଶୀ ଏବଂ ସଂପର୍କୀୟ କେହି ଛାଡ଼ିନଥିଲେ । ଯାହାକୁ ବିଶ୍ବାସ କଲେ, ସେମାନେ କଲେ ଦୁଷ୍କର୍ମ । ୪ ବର୍ଷ ମଧ୍ୟରେ ୬୪ ଜଣ ଲୋକ ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଛନ୍ତି । ଶେଷରେ ୧୮ ବର୍ଷ ହେବା ପରେ ସାହସ ଦେଖାଇ ସ୍କୁଲ କାଉନସିଲିଂ ସାମ୍ନାରେ ନିଜ ଦୁଃଖ ପ୍ରକାଶ କରିଛନ୍ତି । ଘଟଣାଟି କେରଳର ପଠନମଥିଟ୍ଟାରେ ଘଟିଛି । ତାଙ୍କର ଏପରି ଅଭିଯୋଗ ପରେ ଏବେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ ସ୍କୁଲରେ ପଢୁଥିବା ଜଣେ ପୁଅ ଯୌନ ଶୋଷଣ କରିଥିଲେ । ସେତେବେଳେ ବୟସ ମାତ୍ର ୧୩ ବର୍ଷ ହୋଇଥିଲା । ସ୍ପୋଟର୍ସ ଟିମରେ ସାମିଲ ହେବା ପରେ କୋଚ୍ ଭରସାର ବୋଲି ଭାବିଥିଲେ । ତାଙ୍କ ଉପରେ ଘଟିଥିବା କାହାଣୀକୁ କୋଚ୍କୁ କହିଥିଲେ । କିନ୍ତୁ କୋଚ୍ ବିଶ୍ବାସଘାତକତା କରିଥିଲେ । କୋଚ୍ ସାହାଯ୍ୟ କରିବା ପରିବର୍ତ୍ତେ ଦୁଷ୍କର୍ମ କରିଥିଲେ । ଏହାପରେ ଏସବୁ ବିଷୟରେ ସଂପର୍କୀୟଙ୍କୁ ଜଣାଇଥିଲେ । ସେଠାରୁ ମଧ୍ ବିଶ୍ବାସଘାତକତା ମିଳିଲା । ସଂପର୍କୀୟ ମଧ୍ୟ ସ୍କୁଲ ଏବଂ କୋଚ୍ ଭଳି କାମ କଲେ । ଏହାପରେ ସମସ୍ତଙ୍କ ଉପରୁ ତାଙ୍କ ବିଶ୍ବାସ ତୁଟିଯାଇଥିଲା । ନାବାଳିକାର ଅଭିଯୋଗ ପରେ ପଠନମଥିଟ୍ଟା ପୋଲିସ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସଦସ୍ୟ ଜଣକ ପୀଡ଼ିତାଙ୍କ ଘରେ ପହଞ୍ଚିବା ପରେ ସେ ୪ ବର୍ଷ ଧରି ଅନୁଭବ କରିଥିବା ଭୟଙ୍କର କଥା ବର୍ଣ୍ଣନା କରିଥିଲା । ସ୍କୁଲରେ କ୍ରୀଡାରେ ସକ୍ରିୟ ଥିବାରୁ ତାଲିମ ଅଧିବେଶନ ସମୟରେ ମଧ୍ୟ ସେ ଯୌନ ନିର୍ଯାତନାର ଶିକାର ହୋଇଥିଲେ। ପଠନମଥିଟ୍ଟା ଜିଲ୍ଲାରେ ଯୌନ ଶୋଷଣ ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୬୫ ଲୋକଙ୍କୁ ଗିରଫ କରିଛି । ଆଉ କେତେ ଜଣ ବାକି ଅଛନ୍ତି ବୋଲି ପୋଲିସ କହିଛି ।

Leave A Reply

Your email address will not be published.