ନାଇଟ୍‌ ରାଇଡର୍ସକୁ ୧୯୬ରନର ଟାର୍ଗେଟ ଦେଲା ମୁମ୍ବଇ ଇଣ୍ଡିଆନ୍‌ସ

ଆବୁଧାବି : ଆଇପିଏଲ୍‌ର ଚଳିତ ସଂସ୍କରଣରେ ବୁଧବାର କଲକାତା ନାଇଟ୍‌ ରାଇଡର୍ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ କଲକାତାର ଅଧିନାୟକ ଦିନେଶ କାର୍ତ୍ତିକ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମୁମ୍ବଇ ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ କଲକାତା ପାଇଁ ୧୯୬ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।