ନୟାଗଡ଼ : ବଜ୍ରାଘାତରେ ଦୁଇ ମୃତ

ଭୁବନେଶ୍ୱର, ୧୪/୧୦ : ରାଜ୍ୟରେ ଗତକାଲି ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ତେବେ ଏସବୁ ଭିତରେ ନୟାଗଡ଼ ଦଶପଲ୍ଲା ଥାନା ଡିହଗାଁରେ ଏକ ଅଘଟଣା ସାମ୍ନାକୁ ଆସିଛି । ଆଜି ସକାଳୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଡିହଙ୍ଗାରେ ବଜ୍ରପାତ ହୋଇ ଜଣେ ମହିଳାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିମାନେ ହେଲେ ଉଦୟନାଥ ପ୍ରଧାନ ଓ ଆଶାଲତା ସାହୁ ।

ସୂଚନା ଅନୁସାରେ ଆଜି ସକାଳୁ ବର୍ଷା ଓ ଘଡ଼ଘଡ଼ି ହେଉଥିବା ସମୟରେ ଏହାକୁ ଖାତିର ନକରି ଉଦୟ ନିଜ ଜମିକୁ ଯାଉଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ସେହିପରି ଆଶାଲତା ନଦୀକୁ ଯାଉଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ । ବଜ୍ରପାତର ଶିକାର ହେବା ପରେ ଉଭୟଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।