ନବ ଦାସ ହତ୍ୟାକାଣ୍ଡର ଦୁଇ ଅଣଓଡ଼ିଆ ଅଫିସର ମୁଖ୍ୟ ନାୟକ : ବିଜୟ ମହାପାତ୍ର

ଭୁବନେଶ୍ୱର,୯/୩ : ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ନାୟକ ହେଉଛନ୍ତି ୨ ଅଣ ଓଡ଼ିଆ ଅଫିସର। ସେମାନଙ୍କ ମଧ୍ୟରୁ ଜଣେ ଆଇଏଏସ୍‌ ଓ ଜଣେ ଆଇପିଏସ୍‌ ଅଫିସର। ସେମାନେ ଏହି ଘଟଣାର ପ୍ରକୃତ ତଦନ୍ତ ଚାହୁଁ ନାହାନ୍ତି। ପରଦା ପଛରେ ଓ ବାହାରେ ସେମାନେ ହିଁ ଘଟଣାକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ସେମାନଙ୍କୁ ସୁରକ୍ଷା ଦେବା ପାଇଁ ମାମଲାରେ ୧୨୦ (ବି) ଦଫା ଲଗାଯାଇ ନାହିଁ। ଏହି ଦଫା ଲାଗିନି ବୋଲି ଷଡ଼ଯନ୍ତ୍ର ଦିଗ ଉପରେ ତଦନ୍ତ ହେଉନାହିଁ। ଏହା ଓଡ଼ିଶାରେ ଏକ ଭୟଙ୍କର ଅଧ୍ୟାୟ ସୃଷ୍ଟି କରିବ ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତା ବିଜୟ ମହାପାତ୍ର।

ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡ ୪୦ ଦିନରେ ପହଞ୍ଚିଲାଣି। ହେଲେ ମୃତ୍ୟୁ ପଛର ରହସ୍ୟ କ’ଣ ସେ ନେଇ କ୍ରାଇମବ୍ରାଞ୍ଚ ପାଖରେ କିଛି ବି ସୁରାଗ ନାହିଁ। ଏହା ଏକ ହାଇ ପ୍ରୋଫାଇଲ ହତ୍ୟାକାଣ୍ଡ ହୋଇଥିବା ବେଳେ ଏହାକୁ ମାମୁଲି ଭାବେ ନିଆଯାଉଛି। କ୍ରାଇମବ୍ରାଞ୍ଚ ଓ ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେବାକୁ ଚାହୁଁ ନାହାନ୍ତି। ଏହାର ତଦନ୍ତକୁ ଜଲଦି ଶେଷ ପର୍ଯ୍ୟାୟରେ ପହଞ୍ଚାଇବାକୁ ଷଡ଼ଯନ୍ତ୍ର ଚାଲିଛି।

ଏହି ଘଟଣାର ତଦନ୍ତ ଭାର FBIକୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିଥିଲେ। ଇତି ମଧ୍ୟରେ ୧୫ ଦିନ ବିତି ଗଲାଣି। FBI ତଦନ୍ତର ଅଗ୍ରଗତି କେତେ ବାଟ ହେଲା ସେ ନେଇ ଆଉ କିଛି ବିବୃତି ଦିଆଯାଉନି। ରାଜ୍ୟରେ ବହୁ ଦକ୍ଷ ଓ ଅଭିଜ୍ଞ ପୁଲିସ୍‌ ଅଫିସର ଅଛନ୍ତି। ହେଲେ ଅଭିଜ୍ଞ ଓ ଦକ୍ଷ ଅଫିସରଙ୍କ ସାହାଯ୍ୟ ନ ନେଇ ଏକଚାଟିଆ ଭାବେ ଏହାର ତଦନ୍ତ କରାଯାଉଛି। ଜାଣିଶୁଣି ଏହି ଘଟଣାକୁ ଚପାଇ ଦିଆଯାଇଛି ବୋଲି କହିଛନ୍ତି ବିଜୟ ମହାପାତ୍ର।

SBI AD