ସ୍ବାସ୍ଥ୍ୟ ସେବା ପାଇଁ ରାଜ୍ୟ ସରକାର ସୃଷ୍ଟି କଲେ ୨୦୦୦ ପଦବି

ଭୁବନେଶ୍ବର,୧୯/୧୧ : ଡାକ୍ତରଖାନାଗୁଡ଼ିକରେ ଅଧିକ କର୍ମଚାରୀ ନିଯୁକ୍ତି ଦେଇ ସ୍ବାସ୍ଥ୍ୟ ସେବାକୁ ଅଧିକ ମଜବୁତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସରକାର ୨୦୦୦ ପଦବି ସୃଷ୍ଟି କରିଛନ୍ତି। ନୂତନ ଭାବେ ସୃଷ୍ଟି ହୋଇଥିବା ପଦବି ୩୦ ଜିଲ୍ଲା ପାଇଁ ଗ୍ରୁପ-ଏ ରାଙ୍କରେ ନିଯୁକ୍ତି ମିଳିବ।

ରାଜ୍ୟ ସରକାର ଏଲ୍‌ଟିଆରଏମ୍‌ଓ-ଲିଭ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର ପଦବି ସୃଷ୍ଟି କରିଛନ୍ତି। ୩୦ଟି ଜିଲ୍ଲାର ଡାକ୍ତରଖାନାରେ ୧୫୦୦ ଆରଜିଏଚ୍‌ରେ ୨୦ଟି ପଦବି ସୃଷ୍ଟି ହୋଇଛି। ୩୨ଟି ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ୪୮୦ଟି ପଦବି ସୃଷ୍ଟି ହୋଇଛି।

SBI_Festive_Digital Billboard