ଭୁବନେଶ୍ୱର, ୦୭/୦୮ : ଅନୁଗୋଳ ପୌରପାଳିକାର ୮ନମ୍ବର ୱାର୍ଡ ଅନ୍ତର୍ଗତ ହୁଲୁରସିଂହା ଗ୍ରାମକୁ ୨୧ ଟିକିଆ ହାତୀପଲ ପଶି ଆସିବା ଫଳରେ ଗ୍ରାମବାସୀ ଭୟଭୀତ ହୋଇପଡିବା ସହିତ ଘରେ ତାଟିକବାଟ ଦେଇଦେଇଥିଲେ। ଖବର ପାଇ ବନବିଭାଗ କର୍ମଚାରୀ ଗ୍ରାମରେ ପହଞ୍ଚି ହାତୀପଲ ଘଉଡାଇବାକୁ ଚେଷ୍ଟା କରିଥିଲେ। ମନ୍ଦରଗିରି ପାହାଡ଼ରୁ ୨୧ ଟିକିଆ ହାତୀପଲ ଖାଦ୍ୟ ସନ୍ଧାନରେ ହୁଲୁରସିଂହା ଗ୍ରାମ ଭିତରକୁ ପଶି ଆସିଥିଲେ। ହାତୀ ପଲକୁ ଦେଖ୍ ଲୋକେ ଭୟଭୀତ ହୋଇ ଯାଇଥିଲେ। ଖବର ପାଇ ବନ ବିଭାଗ ହାତୀ ପଲକୁ ମନ୍ଦରଗିରି ପାହାଡ଼ ଅଞ୍ଚଳକୁ ଘଉଡାଇ ଦେଇଥିଲେ ।