କର୍ଣ୍ଣାଟକ, ୩/୫: ସାରା ଦେଶରେ ଅକ୍ସିଜେନ ଅଭାବରୁ ଦୈନିକ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । କର୍ଣ୍ଣାଟକରେ ନଜର ଆସିଛି ଏଭଳି ଦୃଦୟ ବିଦାରକ ଘଟଣା । କର୍ଣ୍ଣାଟକର ଚାମରାଜନଗରରେ ଅକ୍ସିଜେନ ଅଭାବରୁ ୨୨ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଯାଇଛି ।
ଗତକାଲି ବିଳମ୍ୱିତ ରାତିରେ ଘଟିଛି ଏଭଳି ଘଟଣା । ଅକ୍ସିଜେନ ଠିକ୍ ସମୟରେ ପହଞ୍ଚିନପାରିବାରୁ ଚାଲିଗଲା ନୀରିହ ଜୀବନ । ସୂଚନା ଥାଉକି, ଚାମରା ନଗରରେ ଥିବା ହସ୍ପିଟାଲରେ ଠିକ୍ ସମୟରେ ଅକ୍ସିଜେନ୍ ନପହଞ୍ଚିବାରୁ ୨୨ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କର ଅକ୍ସିଜେନ୍ ଆବଶ୍ୟକତା ପଡିଥିଲା । ବେଲ୍ଲାରୀରୁ ଅକ୍ସିଜେନ୍ ଆସିବାର ଥିଲା । କିନ୍ତୁ ଅକ୍ସିଜେନ୍ ଆସିବାରୁ ବିଳମ୍ବ ହେବାରୁ ଚାଲିଯାଇଛି ୨୨ ଜଣଙ୍କ ଜୀବନ ।