ୟୁକ୍ରେନରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୨ ମୃତ, ୨ ଗୁରୁତର

ୟୁକ୍ରେନ, ୨୬/୯ : ୟୁକ୍ରେନରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଶୁକ୍ରବାର ସନ୍ଧ୍ୟାରେ ୨୮ ଜଣଙ୍କୁ ନେଇ ଯାଉଥିବା ସେନାର ଏକ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ଆଭ୍ୟନ୍ତରୀଣ ମନ୍ତ୍ରାଳୟ ତରଫରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ଦୁର୍ଘଟଣା ସଂପର୍କରେ ସୂଚନା ମିଳିବା ପରେ ଉଦ୍ଧାର କାର୍ଯ୍ୟ ବାୟୁସେନାର ଯବାନମାନେ ନିୟୋଜିତ ହୋଇଥିଲେ ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିମାନ ଦୁର୍ଘଟଣାରେ ୨ ଜଣ ଲୋକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସଂକଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉପ ଆଭ୍ୟନ୍ତରୀଣ ମନ୍ତ୍ରୀ ଆଣ୍ଟନ ଗେରାଶଚେକନୋ କହିଛନ୍ତି, ସର୍ଚ୍ଚ ଅପରେଶନ ଜାରି ରହିଛି । ୟୁକ୍ରାଇନର ଷ୍ଟେଟ ଇମାରଜେନ୍ସି ସର୍ଭିସ ପକ୍ଷରୁ ଏକ ବୟାନରେ କୁହାଯାଇଛି ଯେ, ଏହା ସେନାର ବିମାନ ବନ୍ଦରଠାରୁ ୨ କିଲୋମିଟର ଦୂରରେ ଘଟିଥିଲା । ୨୨ ଜଣଙ୍କର ମୃତଦେହ ମିଳିଛି । ୨ ଜଣ ଗୁରୁତର ହୋଇଛନ୍ତି । ୪ ଜଣଙ୍କ ସଂପର୍କରେ କୌଣସି ଖବର ନାହିଁ ।