ରାଜ୍ୟରେ ଆଜି ୨୨୩୯ କରୋନା ପଜିଟିଭ୍ ଚିହ୍ନଟ, ୬୪ ହଜାର ୫୩୩ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୧୮/୮ : ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରୁ ଆଜି ୨୨୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୪୧୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୮୨୩ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଆଜି ଚିହ୍ନଟ ହୋଇଥିବା ୨୨୩୯ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪ ହଜାର ୫୩୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।