ଅକ୍ଷୟ ତୃତୀୟାରେ ଦିଲ୍ଲୀରେ ବିକ୍ରି ହୋଇଛି ୨୫୦ କୋଟିର ସୁନା

0

ନୂଆଦିଲ୍ଲୀ: ଅକ୍ଷୟ ତୃତୀୟ ଅବସରରେ ସାରା ଦେଶରେ ଲୋକମାନେ ସୁନା କିଣିଛନ୍ତି । ରାଜଧାନୀ ଦିଲ୍ଲୀରେ ସ୍ୱର୍ଣ୍ଣାଭୂଷଣ କ୍ରୟ ଯୋଗୁ ସୁନାରୁପା ବଜାର ଚମକିଛି । ଅନୁମାନ କରାଯାଉଛି ଏହି ଦିନରେ ପାଖାପାଖି ୨୫୦ କୋଟି ଟଙ୍କାର ସ୍ୱର୍ଣ୍ଣାଳଙ୍କାର କାରବାର ହୋଇଛି । ତେବେ ଗତବର୍ଷ ଠାରୁ ଏହା କମ୍ କାରବାର ବୋଲି ବ୍ୟବସାୟୀମାନେ କହିଛନ୍ତି । ଗତବର୍ଷ ତୁଳନାରେ ଚଳିଚବର୍ଷ ସୁନା ମୂଲ୍ୟରେ ପ୍ରାୟ ୧୦ ହଜାର ଟଙ୍କା ବୃଦ୍ଧି ହୋଇଛି । ଏଣୁ ଯେଉଁ ଲୋକେ ଅକ୍ଷୟ ତୃତୀୟାରେ ସ୍ୱର୍ଣ୍ଣାଭୂଷଣ ଓ ମୋହର କିଣିବା ଶୁଭ ମାନନ୍ତି ସେମାନେ ସୀମିତ ଅନୁପାତରେ କ୍ରୟ କରିଛନ୍ତି ।

ଦିଲ୍ଲୀରେ ପାଖାପାଖି ୧୦ ହଜାର ଜୋଲେରୀ, ସୁନା ହୋଲସେଲ ଓ ଖୁଚୁରା ଦୋକାନ ରହିଛି । ଏଥିରେ ଚାନ୍ଦିନୀ ଚୌକର କୁଚା ମହାଜନୀ ସ୍ୱର୍ଣ୍ଣଳଙ୍କାରର ସବୁଠୁ ବଡ଼ ବଜାର । ବ୍ୟବସାୟୀଙ୍କ କହିବା କଥା ଲୋକେ ହାଲୁକା ଓଜନର ନୂଆ ଡିଜାଇନକୁ ଖୁବ୍ ପସନ୍ଦ କରିଛନ୍ତି ।

କେବଳ ରାଜଧାନୀ ଦିଲ୍ଲୀ ନୁହେଁ ଏନସିଆର ସହରର ମୁଖ୍ୟ ବଜାରମାନଙ୍କରେ ମଧ୍ୟ ଗ୍ରାହକଙ୍କ ଭିଡ ଜମିଥିଲା । ଗୁରୁଗ୍ରାମ ସ୍ୱର୍ଣ୍ଣଳଙ୍କାର ବଜାରରେ ମଧ୍ୟ ପାଖାପାଖି ୧୦୦ କୋଟି ଟଙ୍କାର ସ୍ୱର୍ଣ୍ଣଳଙ୍କାର ବିକ୍ରିର ଅନୁମାନ କରାଯାଉଛି । ଗୁରୁଗ୍ରାମ ପରି ଫରିଦାବାଦରେ ମଧ୍ୟ ସମାନ ଆକଳନ କରାଯାଉଛି । ଦି ବୁଲିୟନ ଏଣ୍ଡ ଜ୍ୱେଲର୍ସ ଆସୋସିଏସନର ଅଧ୍ୟକ୍ଷ ଯୋଗେଶ ସିଂଘଲ କହିଛନ୍ତି ଯେ ଗତବର୍ଷ ଅକ୍ଷୟ ତୃତୀୟା ବେଳେ ପ୍ରତି ୧୦ ଗ୍ରାମ ୨୪ କ୍ୟାରେଟ ଗୋଲ୍ଡର ମୂଲ୍ୟ ୫୧ ହଜାର ପାଖାପାଖି ଥିଲା ।

Leave A Reply

Your email address will not be published.