୨୮ଗ୍ରାମ ବ୍ରାଉନ ସୁଗାର ସହ ୨୬ଲକ୍ଷ ଜବତ

ଭୁବନେଶ୍ୱର, ୨୦/୦୧ : ଅନୁଗୋଳ ସହରର ହାତୀଶାଳ ପଡାର ଏକ ଭଡାଘରୁ ଅନୁଗୋଳ ଥାନା ଓ ଜିଲା ମୋବାଇଲ ସ୍ୱାର୍ଡ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ୨୮ଗ୍ରାମ ବ୍ରାଉନ ସୁଗାର ଜବତ କରାଯିବା ସହ ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୁଲିସ । ଅଟକ ୨ଅଭିଯୁକ୍ତଙ୍କ ନିକଟରୁ ନଗଦ ୨୬ଲକ୍ଷ ୫ହଜାର ୩୧୫ଟଙ୍କା ଜବତ କରାଯାଇଛି । ବେଆଇନ ନିଶା କାରବାର ଉପରେ ଓଡିଶା ପୁଲିସର ଅପରେସନ ପ୍ରହାର ମାଧ୍ୟମରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ପରେ ଜିଲାରେ ବ୍ୟାପକ ଚଢ଼ାଉ ଆରମ୍ଭ କରାଯାଇଛି । ଅନୁଗୋଳ ଉପଖଣ୍ଡ ପୁଲିସ ଅଧିକାରୀ ରମାକାନ୍ତ ମହାଳିକଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇ ଥିଲା । କିଛିଦିନ ହେବ ନୂତନ ଭାବେ ନିର୍ମାଣ ହୋଇଥିବା ଘରେ ଭଡା ନେଇ ଏହି କାରବାର ଚାଲୁଥିଲା । ତେବେ ଏହି ଘଟଣାରେ କିଏ କିଏ ସମ୍ପୃକ୍ତ ଅଛନ୍ତି ତାର ଅଧିକ ତଦନ୍ତ ପୁଲିସ ଆରମ୍ଭ କରିଛି ।