ଭୁବନେଶ୍ବର,୨୮/୧୧: ରାଜ୍ୟରେ ଗତ ୧୦ ବର୍ଷରେ ୨୮,୦୨୧ ଜଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏଥିରେ ୧୪,୯୯୧ ଜଣ ନାବାଳିକା ମଧ୍ୟ ଅଛନ୍ତି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ କଂଗ୍ରେସ ବିଧାୟକ ସଂନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଆଜି ଲିଖିତ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା।
ବିଧାନସଭାର ଶୀତକାଳୀନ ଅଧିବେଶନର ୪ର୍ଥ କାର୍ଯ୍ୟଦିବସରେ ସୋମବାର ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୮,୦୨୧ ଜଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏଥିରେ ୧୪,୯୯୧ ଜଣ ନାବାଳିକା ସାମିଲ ଅଛନ୍ତି। ସେହିପରି ୨୭,୧୪୯ଟି ଯୌତୁକଜନିତ ନିର୍ଯାତନା ମାମଲା ସାମ୍ନାକୁ ଆସିଛି। ରାଜ୍ୟରେ ମହିଳାଙ୍କ ଉପରେ ଅପରାଧର ଉଦ୍ବେଗଜନକ ସ୍ଥିତି ଦେଖିବାକୁ ମିଳିଛି। ଏଥି ସହିତ ରାଜ୍ୟ ସରକାର ୨୦୧୦ରୁ ୨୦୨୨ ମଧ୍ୟରେ ସଂଗଠିତ ଅପରାଧର ତଥ୍ୟ ରଖିଛନ୍ତି।