ଭୁବନେଶ୍ୱର : ଓଡିଶାର ସୁନ୍ଦରଗଡ ଜିଲ୍ଲାରେ ଦ୍ୱିତୀୟ ଏମସ ପ୍ରତିଷ୍ଠା ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ରହିଛି, ବିହାର ଭଳି ଓଡିଶାରେ ଦ୍ୱିତୀୟ ଏମସ ପାଇଁ ଅନୁମତି ପାଇଁ ପ୍ରସ୍ତାବ ଦିଆଯାଇଛି। ଅନ୍ୟ ରାଜ୍ୟ ପାଇଁ ୨ୟ ଏମସ ପ୍ରସ୍ତାବ ବିଚାରଧୀନ ରହିଛି। ତେଣୁ ସ୍ୱାସ୍ଥ୍ୟସେବା ଆବଶ୍ୟକତା ଦୃଷ୍ଟିରୁ ଓଡ଼ିଶା କଥା ବିଚାର ହେଉ। ସୁନ୍ଦରଗଡ଼ ପାଇଁ ଭିତ୍ତିଭୂମି ଥିବା ଶାସନ ସଚିବ ଜଣାଇଛନ୍ତି। ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ପାଇଁ କାର୍ଯ୍ୟ ଶେଷ ହୋଇଛି। ୧୦୦ ଏମବିବିଏସ ଛାତ୍ରଛାତ୍ରୀଙ୍କ ପଢିବା ନେଇ ଭିତ୍ତି ଭୂମି ରହିଛି। ରାଜ୍ୟ ସରକାର ଓ ଏନଟିପିସି ସହଭାଗିତାରେ ହସ୍ପିଟାଲ ନିର୍ମିତ, ଏହାସହ ପ୍ରସ୍ତାବିତ ଭିତ୍ତିଭୂମି ଥିବା ଅଞ୍ଚଳକୁ ରେଲୱେ,ବିମାନ ସୁବିଧା ରହିଛି। ଏସବୁ ଭିତ୍ତିଭୂମି ଥିବା ଦର୍ଶାଇ ଏମସ ପ୍ରତିଷ୍ଠା ପାଇଁ ମୁଖ୍ୟ ଶାସନ ସଚିବ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ସ୍ଥାନୀୟ ଆଦିବାସୀ ଓ ପଶ୍ଚିମ ଓଡିଶାବାସୀ ଉପକୃତ ହେବେ ବୋଲି କହିଛନ୍ତି।