୨ୟ ଟେଷ୍ଟ : ୩୨୬ ରନରେ ଅଟକିଲା ଟିମ ଇଣ୍ଡିଆ, ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆଠାରୁ ୧୩୧ ରନରେ ଆଗୁଆ

ମେଲବୋର୍ଣ୍ଣ, ୨୮/୧୨ : ଭ୍ରମଣକାରୀ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟ କ୍ରିକେଟ ମ୍ୟାଚର ୩ୟ ଦିନରେ ଭାରତ ନିଜର ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇ ୩୨୬ ରନ ସଂଗ୍ରହ କରିଛି । ଏହାସହ ଭାରତ ପ୍ରଥମ ଇନିଂସ ଆଧାରରେ ଅଷ୍ଟ୍ରେଲିଆଠାରୁ ୧୩୧ ରନରେ ଆଗୁଆ ରହିଛି।

ଭାରତ ପକ୍ଷରୁ ଅଧିନାୟକ ଆଜିଙ୍କ୍ୟ ରାହାନେ ୧୧୨ ରନ ସଂଗ୍ରହ କରିଥିବାବେଳେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ୫୭ ରନ କରିଛନ୍ତି । ରାହାନେ ଏବଂ ଜାଡେଜାଙ୍କ ମଧ୍ୟରେ ୧୨୧ ରନ୍ ସହଭାଗୀତା ହୋଇଥିଲା | ଏମାନଙ୍କ ବ୍ୟତୀତ ଶଭମନ ଗିଲ ପୂର୍ବରୁ ୪୫ ରନ, ଚେତେଶ୍ୱର ପୂଜାରା ୧୭ ରନ, ହନୁମା ବିହାରୀ ୨୧ ରନ, ଋଷଭ ପନ୍ତ ୨୯ ରନ କରିଥିଲେ ।

ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଏବଂ ନାଥନ୍ ଲିଅନ୍ ୩-୩ ୱିକେଟ୍ ନେଇଥିବାବେଳେ ପ୍ୟାଟ୍ କମିନ୍ସ ୨ ୱିକେଟ୍ ନେଇଛନ୍ତି। ଜୋଶ ହାଜଲେଉଡ୍ ଗୋଟିଏ ୱିକେଟ୍ ପାଇଥିଲେ।