ଭୁବନେଶ୍ୱର,୧୩/୬: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ରେକର୍ଡ ୨୨୫ କରୋନା ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ ଭୁବନେଶ୍ୱରରେ ମହାନଗର ନିଗମ ଅଞ୍ଚଳରୁ ୩ ନୂଆ କରୋନା ପଜେଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି ।
ଆଜି ଚିହ୍ନଟ ହୋଇଥିବା ୩ ନୂଆ ରୋଗୀଙ୍କୁ ମିଶାଇ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬ କୁ ବୃଦ୍ଧି ପାଇଛି । ୩ ଜଣଙ୍କ ମଧ୍ୟରୁ ୨ ଜଣ ହୋମ କ୍ୱାରାଣ୍ଟାଇନ୍ରେ ଥିବାବେଳେ ଜଣେ ସ୍ଥାନୀୟ ରୋଗୀ ବୋଲି ଜଣାପଡିଛି । ତେବେ ହୋମ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିବା ୨ ଜଣ ଦିଲ୍ଲୀ ଫେରନ୍ତା ବୋଲି ସୂଚନା ମିଳିଛି । ସେହିଭଳି ଲୋକାଲରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ରୋଗୀ ଜଣକ ଏଚବି କଲୋନୀ ଡୁମଡୁମା ଅଞ୍ଚଳର ହୋଇଥିବା ସୂଚନା । ସେ ଏହି ନିକଟରେ କରୋନା ପ୍ରଭାବିତ ଗଞ୍ଜାମ ଜିଲ୍ଲା ଯାଇଥିଲେ ବୋଲି ଜଣାପଡିଛି ।