ଦ୍ରୁତଗାମୀ ଗାଡ଼ି ଧକ୍କାରେ ୩ କାଉଡ଼ିଆ ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ, ୦୯/୦୮ : ପଞ୍ଜାବର ଫତେଗଡ଼ ସାହିବ ଜିଲ୍ଲାସ୍ଥିତ ସିରହିନ୍ଦ ଜିଟି ରୋଡ୍ ନିକଟ ଦାଦା ମୋଟର୍ସ ନିକଟରେ ରବିବାର ଭୋର ସମୟରେ ଏକ ଦ୍ରୁତଗାମୀ ଗାଡ଼ି ଧକ୍କାରେ ୩ ଜଣ କାଉଡ଼ିଆଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କର ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ଚାଲିଥିବାବେଳେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।