ଭାରତରେ ୩ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୮,୯୩୩ ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୧୩/୬: ଦିନକୁ ଦିନ ମହାମାରୀ କରୋନାକୁ ନେଇ ସାରା ବିଶ୍ବରେ ସଙ୍କଟ କମୁ ନାହିଁ । ଭାରତରେ ମଧ୍ୟ ସ୍ଥିତି ଅନିୟନ୍ତ୍ରିତ ହେଉଛି । ଦେଶରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ପ୍ରାୟ ୧୦,୧୧ ହଜାର ମାମଲା ସାମନାକୁ ଆସୁଛି । ଆଜି ପୁଣି ପ୍ରାୟ ୧୨ ହଜାର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩ ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୯ ହଜାର ନିକଟତର ହେଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବିଶ୍ୱର ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଭୟଙ୍କର ରୂପ ନେଉଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩ ଲକ୍ଷ ୮ ହଜାର ୯୩୩ ରେ ପହଂଚିଛି । ଏପର୍ଯ୍ୟନ୍ତ ଭାରତରେ ୮ ହଜାର ୮୮୪ ଜଣଙ୍କ ମୃତ୍ୟୁ ଘଟିଛି ।

ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧, ୫୪ ହଜାର ୩୩୦ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧ ଲକ୍ଷ ୪୫ ହଜାର ୭୭୯ ସକ୍ରିୟ ଅଛନ୍ତି।ଏବେ ୧ ଲକ୍ଷ ୪୫ ହଜାର ୭୭୯ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୧୧ ହଜାର ୪୫୮ ନୂଆ ମାମଲା ସାମନାକୁ ଆସିଛି। ଏହା ପୁଣି ପୂର୍ବ ଆକ୍ରାନ୍ତ ଚିହ୍ନଟର ରେକର୍ଡ ଭାଙ୍ଗିଛି । ଏହା ସହ ୩୮୬ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୧ଲକ୍ଷ ରୁ ଅଧିକ ଜଣ ସଂକ୍ରମିତ ଥିବା ବେଳେ ୪ ହଜାର ନିକଟତର ମୃତ୍ୟୁ ସଂଖ୍ୟା ।