ତ୍ରିବେଣୀଘାଟରେ ବୁଡ଼ିଗଲେ ୩ ଯୁବକ : ୧ ମୃତ, ୨ ନିଖୋଜ

ବାଲେଶ୍ବର, ୧୬/୧୧ : ବାଲେଶ୍ବର ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ମନ୍ଦାରପୁର ପଞ୍ଚାୟତ ନିକଟସ୍ଥ କାଠସଙ୍ଗଡା ନଦୀରେ ଗାଧୋଇବା ବେଳେ ୫ ଜଣ ଯୁବକ ବୁଡିଯାଇଥିବା ଜଣାପଡ଼ିଛି। ଜଣଙ୍କର ମୃତ୍ୟୁ ହୋଇଥିବା ଅନ୍ୟ ୨ ଜଣ ନିଖୋଜ ଅଛନ୍ତି ଓ ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ କଦମସାହିର ଅଙ୍କିତଙ୍କ ପୁଅ ସଚିନ୍ଦ୍ର ବୋଲି ଜଣାପଡ଼ିଛି। ନିଖୋଜଥିବା ଦୁଇ ଜଣ ହେଲେ କଦମସାହିର ବିଜୁ ନାୟକଙ୍କ ପୁଅ ପୀୟୂଷ ଏବଂ ମିରିଗିଣି ମୁକ୍ତି ମିଶ୍ରଙ୍କ ପୁଅ ମୃତ୍ୟୁଞ୍ଜୟ ।

ସୂଚନା ଅନୁଯାୟୀ , ନୀଳଗିରି ଅଞ୍ଚଳରୁ ୫ ଜଣ ଯୁବକ କାଠସଙ୍ଗଡା ନଦୀକୁ ଗାଧୋଇବାକୁ ଯାଇଥିଲେ। ତ୍ରିବେଣୀଘାଟରେ ଗାଧୋଇବା ବେଳେ ପାଣିରେ ବୁଡିଯାଇଥିଲେ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏଥିସହ ସ୍ଥାନୀୟଲୋକେ ମଧ୍ୟ ଡଙ୍ଗା ସାହାଯ୍ୟରେ ଖୋଜାଖୋଜି ଜାରି ରଖିଛନ୍ତି।