୩ କୁଇଣ୍ଟାଲ ଗଞ୍ଜେଇ ଜବତ : ଗାଡି ଛାଡ଼ି ଡ୍ରାଇଭର ଓ ହେଲପର ଫେରାର

ଲମତାପୁଟ, ୧୪/୮: କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ସମ୍ବଲପୁରକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଏକ ଟିପରକୁ ଲମତାପୁଟ ପୋଲିସ ଜବତ କରିଛି। ଲମତାପୁଟ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏହି ଟିପରକୁ ଅଟକାଇ ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ଡ୍ରାଇଭର ଓ ହେଲପର ଗାଡି ଛାଡି ଚମ୍ପଟ ମାରିଥିଲେ। ଟିପରକୁ ଯାଞ୍ଚ କରିବାରୁ ଡଲାର ଉପର ଭାଗରେ ସ୍ଵତନ୍ତ୍ର ଚାମ୍ବରରେ ବିପୁଳ ପରିମାଣ ଗଞ୍ଜେଇ ଥିଲା।

ଟିପରଟିରେ ପ୍ରାୟ ୩ କୁଇଣ୍ଟାଲ ଗଞ୍ଜେଇ ଅଛି। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଗତ ମାର୍ଚ୍ଚ ମାସ ଲାକଡାଉନ ଠାରୁ ଆଜି ପର୍ଯ୍ୟନ୍ତ ମାଛକୁଣ୍ଡ ଥାନାରେ ୧୦ଟି ଗଞ୍ଜେଇ କେସ ହୋଇ ଥିବା ବେଳେ ୨୨ଜଣଙ୍କୁ ଗିରଫ କରିଛି ପୋଲିସ। ଆଉ ୧୨ଟି ଗାଡି ଜବତ ହୋଇ ଥିବା ପୋଲିସ ସୂଚନା ଦେଇଛି। ଲମତାପୁଟ, ଜଲାପୁଟ, ମାଛକୁଣ୍ଡ, ଅନକାଡେଲି, ନନ୍ଦପୁରଏବଂ ପଡୁଆ ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣର ଭୂସ୍ଵର୍ଗ ପଲୋଟି ଥିବା ଦେଖିବାକୁ ମିଳିଛି ।