୩୧ଟି ଘରୋଇ କୋଭିଡ୍‌ ହସ୍ପିଟାରେ ଆଡମିସନ୍ ମନା : ରାଜ୍ୟ ସରକାର

ଭୁବନେଶ୍ବର,୬ /୧: ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ହେଉଥିବା ୩୧ଟି ଘରୋଇ କୋଭିଡ୍‌ ହସ୍ପିଟାଲକୁ ବନ୍ଦ କରାଯାଇଛି। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ ଓ ନଗର ନିଗମକୁ ଚିଠି ଲେଖିଛନ୍ତି। କେବଳ ସମ୍ କୋଭିଡ୍‌ ହସ୍ପିଟାଲ ଓ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲକୁ ବାଦ୍ ଦେଇ ଚଳିତ ମାସ ୧ତାରିଖଠାରୁ ଆଉ ଅନ୍ୟ କୌଣସି ଘରୋଇ କୋଭିଡ୍‌ ହସ୍ପିଟାଲରେ ସଂକ୍ରମିତଙ୍କୁ ଆଡମିଟ୍‌ ନ କରିବାକୁ କୁହାଯାଇଛି। ତେବେ ସମ୍ କୋଭିଡ୍‌ ହସ୍ପିଟାଲରେ ୫୦ଟି ସାଧାରଣ ଶଯ୍ୟା, ୭୫ ଆଇସିୟୁ ଓ ୨୫ ଏଚ୍‌ଡିୟୁ ସଂରକ୍ଷିତ ରହିବ। ଏହାସହ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲକୁ ରାଜ୍ୟ ସରକାର କୋଭିଡ୍‌ ଯୋଦ୍ଧାମାନଙ୍କ ପାଇଁ ସମର୍ପିତ କରିଥିବାରୁ ତାହା ମଧ୍ୟ ଜାରି ରହିବ।