ବାତ୍ୟା ପାଇଁ ୩୨ ଟ୍ରେନ ବାତିଲ

ଭୁବନେଶ୍ୱର,୨୭/୧୦ : ବାତ୍ୟା ‘ମୋନ୍ଥା’ ପାଇଁ ୨୭ ଓ ୨୮ ତାରିଖରେ ଟ୍ରେନ ରଦ୍ଦ ହୋଇଛି। ବାତ୍ୟା ମୋନ୍ଥା ପାଇଁ ୩୨ଟି ଟ୍ରେନ ଚଳାଚଳ ବାତିଲ ଘୋଷଣା କଲା ପୂର୍ବତଟ ରେଲୱେ । ଗୋପାଳପୁରରେ ୩ ଦିନ ପାଇଁ ହୋଟେଲ ଆସିବା ମନା । ୨୭, ୨୮, ୨୯ର ସବୁ ବୁକିଂ ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ମୋନ୍ଥା ପ୍ରଭାବ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।ମୋନ୍ଥା ପାଇଁ ଦକ୍ଷିଣ ଓଡିଶାର ୮ ଜିଲ୍ଲାରେ ସ୍କୁଲ ଛୁଟି । ଏନେଇ ସ୍କୁଲ ଛୁଟି ଘୋଷଣା କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଆସନ୍ତାକାଲି ୩୦ ଯାଏଁ ୮ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ । ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି , କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ବନ୍ଦ ରହିବ ସ୍କୁଲ । ବିଦ୍ୟାଳୟ ଗଣଶିକ୍ଷା ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସଂପୃକ୍ତ ଜିଲ୍ଲାରେ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ ।

SBI_Festive_Digital Billboard