ଭୁବନେଶ୍ୱର, ୧୫/୦୩ : ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୪ ଜଣ ଗିରଫ ହୋଇଛନ୍ତି । ଗାଡ଼ି ଭଙ୍ଗାରୁଜା ଓ ପୋଲିସ ଉପରେ ଆକ୍ରମଣ ହୋଇଥିଲା। ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଅସଦାଚରଣ ଘଟଣାରେ ଗତକାଲି ଉତ୍ତେଜନା ପ୍ରକାଶ ପାଇଥିଲା। ବହଳଦାରେ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ ବେଳେ ପୋଲିସ – ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ପୀଡ଼ିତାଙ୍କୁ ଖଟରେ ଶୁଆଇ ରାସ୍ତା ଅବରୋଧ କରିଥିଲେ ଉତ୍ତ୍ୟକ୍ତ ଲୋକ। ପୀଡ଼ିତାଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିଲେ। ଏହି ସମୟରେ ପୋଲିସ ଓ ପ୍ରଶାସନିକ ଟିମ୍ ପହଞ୍ଚିବାରୁ ତାଙ୍କ ଉପରେ ଆକ୍ରମଣ କରିଥିଲେ ଆନ୍ଦୋଳନକାରୀ। ତହସିଲଦାରଙ୍କ ଗାଡ଼ି ଭଙ୍ଗାରୁଜା ଓ ପୋଲିସ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ୯ ଜଣ ପୋଲିସ ଆହତ ହୋଇଥିଲେ । ଏହି ଘଟଣାରେ ୩୪ ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ଉପରେ ଆକ୍ରମଣ ଘଟଣାରେ ଦୁଇଟି ମାମଲା ରୁଜୁ ହୋଇଛି ।